Videos
|
Odisha

କଳାବଜାରୀ ରୋକିବା ନେଇ ଟାସ୍କ ଫୋର୍ସ ଟିମ ଗଠନ କରାଯାଇଛି: କୃଷ୍ଣ ପାତ୍ର

Ritu Das
Browse all articles by Ritu Das
·1 year ago·1 min read
କଳାବଜାରୀ ରୋକିବା ନେଇ ଟାସ୍କ ଫୋର୍ସ ଟିମ ଗଠନ କରାଯାଇଛି: କୃଷ୍ଣ ପାତ୍ର

ଅର୍ଗସ ବ୍ୟୁରୋ: ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ଓ କଳାବଜାରୀ ରୋକିବା ନେଇ ଆକ୍ସନ ମୋଡରେ ଯୋଗାଣ ବିଭାଗ। ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ନିର୍ଦ୍ଦେଶ ଦେଇ କହିଛନ୍ତି ବିଭାଗୀୟ ଅଧିକାରୀ ଜିଲ୍ଲା ଅଧିକାରୀ ସହ ଆଲୋକନା କରି କାର୍ଯ୍ୟକାରୀ କରିବେ। ଟାସ୍କ ଫୋର୍ସ ଟିମ ଗଠନ କରାଯାଇଛି। ଏନଫୋର୍ସ ଟିମ ମଧ୍ୟ ଗ୍ରାଉଣ୍ଡରେ ମୁତୟନ ହୋଇ ସାରିଛନ୍ତି। ଆବଶ୍ୟକ ଯେଉଁଠି ପଡିବ ସେଇଠି ଛାପା ମରାଯିବ।

ରାଜ୍ୟ ଅତିଥି ଭବନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସହ ରାଜ୍ୟ ବ୍ୟବସାୟୀ ମହାସଂଘର ବଡ଼ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ଆଲୋଚନା ହୋଇଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି କଳାବଜାରୀଙ୍କ ଉପରେ ଆକ୍ସନ ନିଆଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆଳୁ, ପିଆଜ ପରି ଆତ୍ୟାବଶ୍ୟକ ସାମଗ୍ରୀର ଯିଏ ଦର ବୃଦ୍ଧି କରି ବିକ୍ରି କରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। 

ରାଜ୍ୟ ବ୍ୟବସାୟୀ ମହାସଂଘ ପ୍ରସ୍ତାବ କଟକ ଓ ଭୁବନେଶ୍ଵର ଦୁଇଟି ମଣ୍ଡିରେ ଦରଦାମ ନିୟନ୍ତ୍ରନ ହେଲେ ସବୁ କିଛି ଠିକ୍ ହୋଇଯିବ। ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ ସହମତି ଦେଇଥିବା କହିଛନ୍ତି। ବାତ୍ୟା ପରୁସ୍ଥିତିର ମୁକାବିଲା କରିବା ସମୟର ଦରଦାମ ନ ବଢାଇବା ପାଇଁ ମନ୍ତ୍ରୀ ବ୍ୟବସାୟୀଙ୍କୁ ଅପିଲ କରିଛନ୍ତି। ଖାଉଟି ମଧ୍ୟ ଭୟଭୀତ ନ ହୋଇ ଆତ୍ୟାବଶ୍ୟକୀୟ ସାମଗ୍ରୀ କିଣନ୍ତୁ ନାହିଁ। ଆଳୁ ଏବଂ ପରିବା ଗାଡ଼ିକୁ କୌଣସି ଜାଗାରେ ନ ଅଟକାଇବା ମନ୍ତ୍ରୀ ଜନଧାରଣଙ୍କୁ ଅପିଲ କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
A task force | Argus News