Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ୍ଡ

Odisha

ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ୍ଡ

Rashmita Mishra
Browse all articles by Rashmita Mishra
·1 year ago
ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ୍ଡ

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତିରେ ନିଆଁ ଲାଗିଥିବା ଜଣାପଡିଛି । ନିଆଁଲିଭା କାମରେ ବେଗୁନିଆ ଓ ଖୋର୍ଦ୍ଧାର ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି । ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ କମ୍ପାନୀର ଷ୍ଟୁଡିଓର 4ନମ୍ବର ସେଟରେ ଗତକାଲି ବିଳମ୍ବିତ ରାତିରେ ସୁଟିଂ ଶେଷ ହୋଇଥିଲା । କିନ୍ତୁ ଆଜି ସକାଳୁ ନିଆଁ ଲାଗିଥିବା ଜଣାପଡିବା ପରେ ପ୍ରଥମେ ବେଗୁନିଆ ଓ ପରେ ଖୋର୍ଦ୍ଧା ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ନିଆଁର ପ୍ରକୋପ ଏତେ ଅଧିକ ଯେ ଅଗ୍ନିଶମ ବାହିନୀ ଭିତରେ ପଶି ନିଆଁ ଲିଭାଇବା ସମ୍ଭବ ହେଉନାହିଁ । ଷ୍ଟୁଡିଓ ଭିତରେ ଥିବା ସାମଗ୍ରୀ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳୁଛି । ଭିତରେ କେହି ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇପାରୁନାହିଁ । 

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A terrible fire broke out in a studio in Khurda Saroo industrial area | Argus News