Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ 

Odisha

ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ 

Manini Pattanayak
Browse all articles by Manini Pattanayak
·1 year ago
ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ 

 ବଲାଙ୍ଗିର: ପେପର ମିଲରେ ଭୟାଭୟ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ସୂଚନା । ଟିଟିଲାଗଡ଼ ନିକଟସ୍ଥ ଚୋରମରା ଗାଁରେ ଥିବା ମହାବୀର ପେପର କାଗଜ ଫ୍ୟାକ୍ଟ୍ରିରେ ଲାଗିଛି ଭୟଙ୍କର ନିଆଁ। କୌଣସି ଏକ ରାସାୟନିକ ପଦାର୍ଥର ବିସ୍ଫୋରଣ ହେବା ଫଳରେ ନିଆଁ ଲାଗିଯାଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି ।

କାରଖାନାର ଗୋଦାମ ଗୃହରେ ନିଆଁ ଲାଗିଥିବାରୁ କାଗଜ ଓ ବିଭିନ୍ନ ପ୍ରକାର କେମିକାଲ ଥିବାରୁ ନିଆଁ ଦୃତ ଗତିରେ ମାଡିଯାଇଥିବା ଜଣାପଡିଛି। କାରଖାନାଟି ଛୋଟ ହୋଇଥିବାରୁ ଏବଂ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଭଳି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି । ତେବେ ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ଜଣାପଡିନାହିଁ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରୁଛି  । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Information that goods worth lakhs of rupees were burnt to ashes. | Argus News