Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କମ୍ବିଙ୍ଗ ଅପରେସନ ବେଳେ ବଡ଼ ଅଘଟଣରୁ ଅଳ୍ପକେ ବର୍ତିଲେ ଯବାନ

Banajyotshna Ray
Browse all articles by Banajyotshna Ray
·2 years ago
କମ୍ବିଙ୍ଗ ଅପରେସନ ବେଳେ ବଡ଼ ଅଘଟଣରୁ ଅଳ୍ପକେ ବର୍ତିଲେ ଯବାନ

ଅର୍ଗସ ବ୍ୟୁରୋ:  ଟଳିଲା ବଡ଼ ଧରଣର ବିପଦ ।  ଅପରେସନ୍ ବେଳେ ଜଙ୍ଗଲରୁ ଟିଫିନ୍ ବୋମା ଉଦ୍ଧାର ।  କମ୍ବିଙ୍ଗ ଅପରେସନ ବେଳେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତିଲେ ଯବାନ । ଯବାନଙ୍କୁ ଟାର୍ଗେଟ କରି ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡ ମାଇନ୍ସ ଖଞ୍ଜିଥିଲେ ମାଓବାଦୀ । ଘଟଣାସ୍ଥଳରୁ ଦୁଇଟି ଟିଫିନ୍ ବୋମା ସହ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଥିବା ଜଣାପଡ଼ିଛି । କୋଟଗଡ଼ ଥାନା ଡ଼େଙ୍ଗାଗୁଡ଼ା ଗାଁ ଲାସେରୀ ସଂରକ୍ଷିତ ଜଙ୍ଗଲରେ କମ୍ବିଙ୍ଗ ଅପରେସନ କରୁଥିବା ବେଳେ ଟିଫିନ ବୋମା ଓ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଥିବା ଜଣାପଡ଼ିଛି ।

କୋଟଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ମାଓ ଗତିବିଧି ସକ୍ରିୟ ଥ‌ିବା ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଏସଓଜି, ସିଆରପିଏଫ୍ ଓ ଡିଭିଏଫ୍ ଜବାନ୍ କୋଟଗଡ଼ ଥାନା ଅଞ୍ଚଳରେ କମ୍ବିଙ୍ଗ ଅପରେସନକୁ ଜୋରଦାର କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A tiffin bomb was recovered from the forest during the operation | Argus News