ବାଘଶାଳା ଗାଁରେ ବୁଲୁଛି ମହାବଳବାଘ
·1 year ago

ଅର୍ଗସ ବ୍ୟୁରୋ: ବାଘଶାଳା ଗାଁରେ ମହାବଳବାଘ। ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ବାଘଶାଳା ଗ୍ରାମରେ ମହାବଳବାଘ ଆତଙ୍କ ଦେଖାଦେଇଛି। ଗତ କିଛି ଦିନ ଧର ଗଜପତି ଜିଲ୍ଲାର ବିଭିନ୍ନ ବ୍ଳକ ସହ ସୀମାନ୍ତ ଅଞ୍ଚଳରେ ଘୁରି ବୁଲୁଛି ମହାବଳବାଘ ଏବେ ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ବାଘଶାଳା ଗାଁ ନିକଟରେ ବାଘର ପାଦ ଚିହ୍ନ ଦେଖା ଦେବା ପରେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଦେବଗିରି ଓ ନାରାୟଣପୁରୁ ବନାଞ୍ଚଳ ଅଧିକାରୀଙ୍କୁ ନେଇ ଦୁଇଟି ସ୍ବତନ୍ତ୍ର ଟିମ୍ ତିଆରି କରି ମହାବଳବାଘର ଗତିବିଧି ଉପରେ ନଜର ରଖିବା ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ଏସ. ଆନନ୍ଦ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: