Videos
|
Odisha

ସମୁଦ୍ରରେ ସ୍ନାନ ବେଳେ ବୁଡ଼ିଯାଇ ପର୍ଯ୍ୟଟକ ନିଖୋଜ

Ritu Das
Browse all articles by Ritu Das
·1 year ago·1 min read
ସମୁଦ୍ରରେ ସ୍ନାନ ବେଳେ ବୁଡ଼ିଯାଇ ପର୍ଯ୍ୟଟକ ନିଖୋଜ

ଅର୍ଗସ ବ୍ୟୁରୋ: ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ର ସ୍ନାନ ବେଳେ ବୁଡ଼ିଯାଇ ପର୍ଯ୍ୟଟକ ନିଖୋଜ। ନିଖୋଜ ପର୍ଯ୍ୟଟକ ଜଣକ ହେଉଛନ୍ତି ମଧ୍ୟପ୍ରଦେଶ ଇନ୍ଦୋରର ପ୍ରଫୁଲ୍ଲ ମହାଳିକ। ଆଜି ପୂର୍ବାହ୍ନରେ ଚକ୍ରତୀର୍ଥ ବେଳାଭୂମିରେ ପ୍ରଫୁଲ୍ଲ ତାଙ୍କ ସାଙ୍ଗମାନଙ୍କ ସହ ସମୁଦ୍ରରେ ସ୍ନାନ କରୁଥିଲେ। ତେବେ ସେହି ସମୟରେ ସମୁଦ୍ରରେ ଏକ ବଡ଼ ଲହଡ଼ି ଆସିବାରୁ ପ୍ରଫୁଲ୍ଲ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ। 

ଖବର ପାଇ ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ସମୁଦ୍ର ଭିତରେ ବହୁ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଫୁଲ୍ଲଙ୍କ କୌଣସି ପତ୍ତା ମିଳିନାହିଁ। ସୂଚନା ଅନୁସାରେ ପ୍ରଫୁଲ୍ଲ ଗତ ୯ ତାରିଖରେ ସାତଜଣ ସାଙ୍ଗଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ। ତେବେ ଆଜି ଚକ୍ରତୀର୍ଥ ବେଳାଭୂମିରେ ସାଙ୍ଗମାନଙ୍କ ସହ ସ୍ନାନ କରୁଥିବା ସମୟରେ ପ୍ରଫୁଲ୍ଲ ଗଭୀର ସମୁଦ୍ର ଭିତରେ ବୁଡି ଯାଇଥିଲେ।‌ ଏନେଇ ସମୁଦ୍ରକୂଳ ଥାନା ପୋଲିସ ପକ୍ଷରୁ ପ୍ରଫୁଲ୍ଲଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। 

ସେପଟେ ଗତ ଏକ ମାସ ମଧ୍ୟରେ ସମୁଦ୍ର ସ୍ନାନ ବେଳେ ତିନିଜଣ ଯୁବକ ନିଖୋଜ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ତେବେ ସମୁଦ୍ର କୂଳରେ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ମୁତୟନ ନହେବା, ସମୁଦ୍ର ସ୍ନାନ ସମୟରେ ପର୍ଯ୍ୟଟକ ମାନେ କିଭଳି ସଚେତନ ରହିବେ ସେନେଇ ସାଇନ୍ ବୋର୍ଡ ଲଗା ନଯିବା ଏବଂ ନିଶା ସେବନ କରି ସମୁଦ୍ରରେ ସ୍ନାନ କରୁଥିବା ଯୋଗୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ଜଣାପଡିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
A tourist is missing | Argus News