ଜଙ୍ଗଲରେ ମୁତୟନ ହେବେ ତାଲିମ ପ୍ରାପ୍ତ ସନ୍ଧାନୀ କୁକୁର
·1 year ago

ଅର୍ଗସ ବ୍ୟୁରୋ: ଶିକାରୀଙ୍କୁ ଜଗିବ ସନ୍ଧାନୀ କୁକୁର। ଜଙ୍ଗଲରେ ମୁତୟନ ହେବେ ତାଲିମ ପ୍ରାପ୍ତ ସନ୍ଧାନୀ କୁକୁର । ଜଙ୍ଗଲରେ ଶିକାର ବଢୁଥିବାରୁ ବନ ବିଭାଗର ପଦକ୍ଷେପ। ବେଲଜିଆନ ମାଲିନୋସ ପ୍ରଜାତିରକୁ ପ୍ରାଧାନ୍ୟ ଦିଆଯିବ। ଏହି କୁକୁର ଜଙ୍ଗଲରେ ବିସ୍ପୋରକ ସାମଗ୍ରୀ ଖୋଜିବାରେ ମଧ୍ୟ ସାହାଯ୍ୟ କରିବେ। ଅନୁଗୁଳ, ଢେଙ୍କାନାଳ, ହୀରାକୁଦ,ବାରିପଦା, ବାଲେଶ୍ୱର ବନଖଣ୍ଡରେ ଏହି କୁକୁର ଛଡା ଯିବ । କୁକୁର ଦେହରେ ଏକ ମାଇକ୍ରୋ ଚିପ ଲଗା ଯିବ। ଏହା ଦ୍ୱାରା କୁକୁର ଗତିବିଧି ଉପରେ ନଜର ରଖାଯିବ । ସେହିପରି କିଣିବା ସମୟରେ କୁକୁରର ବୟସ ଦେଢ଼ ବର୍ଷ ଭିତରେ ହୋଇଥିବ ବୋଲି ବନ୍ୟପ୍ରାଣୀ କାର୍ଯ୍ୟାଳୟ ପକ୍ଷରୁ ଲେଖା ଯାଉଥିବା ଚିଠିରେ କୁହାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: