Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମୌଳାକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

Odisha

ମୌଳାକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମୌଳାକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ପଞ୍ଚାୟତର ଟୋଲକପାଟିଆ ଆଦିବାସୀ ଗାଁ । ଏଠି ଲୋକସଂଖ୍ୟା ପ୍ରାୟ ୩ ଶହ ରୁ ଉର୍ଦ୍ଧ  । ଏଠି ସମସ୍ତେ ପ୍ରାୟ ଆଦିବାସୀ ସମ୍ପ୍ରଦାୟର ।  ଗାଁକୁ ଯିବାପାଇଁ ରାସ୍ତା ଟିଏ ନ ଥିବା ବେଳେ, ବଣ ଜଙ୍ଗଲ ଘେରା ଖାଲ ଖମା ମାଟି ରାସ୍ତା ଦେଇ ଏମାନଂକୁ ଯିବାକୁ ହୁଏ । ବର୍ଷାଦିନେ ସାମାନ୍ୟ ବର୍ଷା ହେଲେ ଗାଁକୁ ଯିବା ଆସିବା ସମ୍ପୂର୍ଣ ବନ୍ଦ ହୋଇଯାଏ। ଏମିତି କି ଆମ୍ବୁଲାନ୍ସ ଟିଏ ମଧ୍ୟ ଗାଁ କୁ ଆସିପାରେ ନାହିଁ ।

ଏଠି  ଅନେକ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ  ବଞ୍ଚିତ ।  ପ୍ରାୟ ସମସ୍ତେ  ଚାଳ ଛପର ଘରେ ବହୁ ଅସୁବିଧାରେ ରହୁଛନ୍ତୀ। ସବୁଠାରୁ ବଡ ଅସୁବିଧା ହେଉଛି ଏଠି ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା ନାହିଁ । ଗୋଟିଏ ଖୋଲା କୂଅ ଉପରେ ନିର୍ଭର କରୁଛନ୍ତି ସମ୍ପୂର୍ଣ ଗାଁ । ତେବେ ଗ୍ରୀଷ୍ମ ଋତୁ ଆରମ୍ଭରୁ କୂଅ ଶୁଖିଲା ପଡିଯାଉଥିବା ବେଳେ, ନାହିଁ ନ ଥିବା ଅସୁବିଧା ର ସମୁଖୀନ ହୋଇ  ନାଳ ଓ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ | ତେବେ ବଣ ଜଙ୍ଗଲ ଘେରା ମଧ୍ୟରେ ବସବାସ କରୁଥିବା ଏହି ଲୋକମାନେ ସଞ୍ଜନଇଁଲେ ଜଙ୍ଗଲଜନ୍ତୁ  ଭୟ ରହୁଛି। 

ଏପଟେ ରାଜ୍ୟ ସରକାର ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ଏବେ ଆମ ଓଡିଶା ନବୀନ ଓଡିଶା ଯୋଜନା କରି ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଦିର୍ଘବର୍ଷହେବ ଅଭିଯୋଗ ପରେ ମଧ୍ୟ ଗାଁର ମୌଳିକ ସମସ୍ୟା ପୁରଣ ହୋଇପାରୁନାହିଁ। ଗାଁର ମୌଳିକ ସମସ୍ୟ କେବେ ଦୁର ହେଉଛି ତାହାକୁ ହିଁ  ଅପେକ୍ଷା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Painting
Sponsored
A tribal village deprived of basic amenities | Argus News