ଶ୍ରମିକରୁ ଚାଷୀ ବନିଥିବା ଜଣେ ସଫଳ ମଣିଷର ସତ କାହାଣୀ

ଅର୍ଗସ ବ୍ୟୁରୋ: ଦିନେ କାମ ଧନ୍ଦା ନ ପାଇ ପାରିବା ପ୍ରତିପୋଷଣ ପାଇଁ ସେ ରାଜମିସ୍ତ୍ରୀ କାମକୁ ଆପଣେଇ ନେଇଥିଲେ ହେଲେ ତାଙ୍କୁ ବୋନ TB ରୋଗରେ ପୀଡ଼ିତ ହେଲେ। ଆଉ ତାପରେ ତାଙ୍କୁ ଘାରିଥିଲା ପରିବାର ପ୍ରତିପୋଷଣର ଚିନ୍ତା। ପରେ you tube ଦେଲା ତାଙ୍କୁ ନୂଆ ପରିଚୟ ଆଉ ଆଜି ସେ ଜଣେ ବେଶ ସଫଳ ଛତୁ ଚାଷୀ ଭାବେ ପରିଚିତ। ଏହା କୌଣସି କାଳ୍ପନିକ କାହାଣୀ ନୁହେଁ । ଶ୍ରମିକରୁ ଚାଷୀ ବନିଥିବା ଜଣେ ସଫଳ ମଣିଷର ସତ କାହାଣୀ
ଇଏ ହେଉଛି ଯଶୋବନ୍ତଙ୍କ ଛତୁ ଫାର୍ମ। ନିଜ ଚେଷ୍ଟାରେ you tube ଦେଖି ଆରମ୍ଭ କରିଥିଲେ ଛତୁ ଚାଷ । ତାଙ୍କ କାହାଣୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ। ଯଶୋବନ୍ତଙ୍କ ଘର ବାଲେଶ୍ବର ଜିଲ୍ଲାର ବାଲିଆପାଳ ବ୍ଲକ ଦେଉଳା ପଞ୍ଚାୟତ ବିରିପଳିଆ ଗ୍ରାମରେ ନିଜ ଅଞ୍ଚଳରେ କାମ ଧନ୍ଦା ନ ମିଳିବାରୁ ସେ ରାଜମିସ୍ତ୍ରୀ କାମକୁ ଆପଣେଇ ନେଇଥିଲେ ହେଲେ ସେ ଜାଣି ନ ଥିଲେ ଯେ ରୋଗରେ ପୀଡ଼ିତ ହୋଇଯିବେ। ପରିବାରର ସମସ୍ତେ ତାଙ୍କ ଉପରେ ନିର୍ଭର କରିଥିଲେ। ଭାଙ୍ଗିପଡ଼ିଥିଲେ ଯଶୋବନ୍ତ। ଆଉ ସେ ପରିବାର ପ୍ରତିପୋଷଣ ପାଇଁ ଚିନ୍ତା କଲେ। ତା ପରେ ଭାବିଲେ ୟୁଟ୍ୟୁବରୁ କିଛି ନୂଆ ଶିଖି କାମରେ ଲଗାଇବେ। ମୋବାଇଲ୍ ରେ you tube ଦେଖି ଛତୁ ଚାଷର ସବୁ କୌଶଳ ଶିଖିଥିଲେ ଯଶୋବନ୍ତ। ପରିବାର ପ୍ରତିପୋଷଣ ପାଇଁ ୨୦୦ଟଙ୍କାରୁ ନିଜ ଉଦ୍ୟମରେ ଆରମ୍ଭ କଲେ ଛତୁ ଚାଷ ଆଉ you tube ଦେଖି ଶିଖିଥିବା କୌଶଳକୁ କାମରେ ଲଗାଇବା ପାଇଁ ଅଣ୍ଟା ଭିଡିଥିଲେ । ଏଥିରେ ତାଙ୍କୁ ସହଯୋଗର ହାତ ବଢାଇ ଥିଲେ ତାଙ୍କ ବାପାମା' ଏବଂ ତାଙ୍କ ଧର୍ମପତ୍ନୀ।
ପରିବାରର ସହଯୋଗରେ ନିଜ ଛୋଟ ଘରେ ଆରମ୍ଭ କଲେ ପାଳ ଛତୁ, ଧିଙ୍ଗିରି ଛତୁ। ଏବେ 600ରୁ ଅଧିକ ରହିଛି ଯଶୋବନ୍ତଙ୍କ ଛତୁ ବେଡ଼ । ସ୍ଥାନୀୟ ଅଞ୍ଚଳରେ ତାଙ୍କ ଛତୁର ବେଶ ଭଲ ଚାହିଦା ମଧ୍ୟ ରହିଛି। ଦୈନିକ ଯଶୋବନ୍ତ ସକାଳେ ମାର୍କେଟକୁ ଯାଇ ଛତୁ ବିକ୍ରି କରିବା ସହିତ ବରାଦ ଅନୁସାରେ ଛତୁକୁ ନେଇ ଗ୍ରାହକଙ୍କ ପାଖରେ ପହଞ୍ଚାଇ ଦେଇଥାନ୍ତି। ଏବେ ସେ ଗୋଟିଏ ଦିନରେ 500ରୁ 700 ଶହ ଟଙ୍କା ରୋଜଗାର କରନ୍ତି । ଅନ୍ୟପଟେ ଏବେ ସେ ଅନ୍ୟ ଲୋକମାନଙ୍କୁ ଛତୁ ଚାଷ ଶିଖାଇ ସ୍ବାବଲମ୍ବୀ କରିବା ପାଇଁ ସେ ଉଦ୍ୟମ ବି କରୁଛନ୍ତି। ଆଉ ତାଙ୍କ ପ୍ରେରଣାରେ ଅନେକ ଲୋକ ଛତୁ ଚାଷ କରି ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି
ଆର୍ଥିକ ଅନାଟନରେ ଦିନ କାଟୁଥିବା ଯଶୋବନ୍ତ ପରିବାରର ଅବସ୍ଥା ସୁଧାରିବାକୁ ଉଦ୍ୟମ କରି ଆସୁଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର