Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାନ୍ଥ ପଡ଼ି ଅଢେଇ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ

Manini Pattanayak
Browse all articles by Manini Pattanayak
·1 year ago
କାନ୍ଥ ପଡ଼ି ଅଢେଇ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ

 ବ୍ରହ୍ମପୁର: କାନ୍ଥ ପଡ଼ି ଶିଶୁପୁତ୍ରର ମୃତ୍ୟୁ। ଗଞ୍ଜାମ ଭଞ୍ଜନଗର ଥାନା ବାଇବାଲି ଗ୍ରାମ ନିକଟ ତୋଟା ସାହିରେ ଅଭାବନୀୟ ଘଟଣା। ଘରେ ଶୋଇଥିବା ସମୟରେ ମାଟିକାନ୍ଥ ଉପରେ ପଡିଯିବାରୁ ଅଢେଇ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ମୃତ ଶିଶୁ ଜଣକ ହେଉଛନ୍ତି ବସନ୍ତ ପ୍ରଧାନଙ୍କ ପୁଅ ରିଷି ପ୍ରଧାନ।

 ବାପା ଓ ମା ଉଭୟ ଗୁରୁତର ହୋଇ ଭଞ୍ଜନଗର ମେଡ଼ିକାଲରେ ଭର୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ଶନିବାର ମା ବାପା ଓ ଶିଶୁ ଏକାଠି ଶୋଇଥିବା ବେଳେ ଘଟିଥିଲା ଅଘଟଣ।  ରାତି ସାରା ପ୍ରବଳ ବର୍ଷା ହେବାରୁ ମାଟି କାନ୍ଥଟି ଭୁଶୁଡି ପଡିଥିଲା। ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁ ପୁତ୍ରକୁ ମୃତକୁ ଘୋଷଣା କରିଥିବା ବେଳେ ବାପା ଓ ମା ର ଚିକିତ୍ସା ଚାଲିଛି। 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
A two-and-a-half-year-old boy died after the wall fell | Argus News