ଖେଳୁଥିବାବେଳେ ଘର ଆଗରୁ ଅଢେଇ ବର୍ଷର ପୁଅ ନିଖୋଜ
·2 years ago

ବାଲେଶ୍ୱର: ନୂଆବର୍ଷରେ ବଡ଼ ଅଘଟଣ । ସୋର ପୌରପାଳିକା 4 ନମ୍ବର ୱାର୍ଡ ରାଇପୁର ଗ୍ରାମର ମୋହନ ସାହୁଙ୍କ ଅଢେଇ ବର୍ଷର ପୁଅ ଶୁଭମ ସାହୁ ଘର ପାଖରେ ଖେଳୁ ଥିବାବେଳେ ନିଖୋଜ ହୋଇଯାଇଛି । ପରିବାର ଲୋକ ଓ ଗ୍ରାମବାସୀ ବିଭିନ୍ନ ଗଡିଆ, ପୋଖରୀ,ବିଲ ବାଡି,ଷ୍ଟେସନ, ବସଷ୍ଟାଣ୍ଡ୍ ଖୋଜିଥିବାବେଳେ ନିରାଶ ହୋଇଛନ୍ତି । ନୂଆବର୍ଷରେ ଘରେ କାନ୍ଦ ବୋବାଳି ପଡିଛି ।
ସେପଟେ ଖବର ପାଇ ସୋର ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଗାଡିଆ, ପୋଖରୀରେ ଖୋଜା ଖୋଜି କରିଥିଲେ ମଧ୍ୟ ଶିଶୁ ପୁତ୍ରଟିର କୌଣସି ପତ୍ତା ମିଳୁନାହିଁ । ପରିବାର ଲୋକ ଏବଂ ଗ୍ରାମବାସୀ ଶିଶୁ ପୁତ୍ରକୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରିଥିବାବେଳେ ସୋର ପୋଲିସ ଏନେଇ ତଦନ୍ତ କରୁଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: