ମୋ ବାପାଙ୍କୁ ଫସାଇ ଦିଆଯାଇଛି: ଅଭିଯୁକ୍ତ ଗୋପାଳ ଦାସଙ୍କ ପୁଅ
·2 years ago·1 min read

ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସିଛି ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପୁଅଙ୍କର ଏକ ଭିଡିଓ। ଯେଉଁଥିରେ ସେ ଆଣିଛନ୍ତି ସାଂଘତିକ ଆରୋପ । କହିଛନ୍ତି, ମୋ ବାପା ଗୋପାଳକୃଷ୍ଣ ଦାସଙ୍କୁ ଫସାଇ ଦିଆଯାଇଛି। ନବଦାସ ହତ୍ୟା ଏକ ରାଜନୈତିକ ହତ୍ୟାକାଣ୍ଡ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ସେ କହିଛନ୍ତି ନବଦାସଙ୍କ ଝିଅ ଦୀପାଳି ଦାସ ଏହାର ରାଜନୈତିକ ଫାଇଦା ଉଠାଉଛନ୍ତି।
ଗୋପାଳଙ୍କ ପୁଅ କହିଛନ୍ତି ଯେହେତୁ ଦୀପାଳି ଦାସ ଭାଷଣରେ ନିଜ ବାପାଙ୍କୁ ସହିଦ କହିଛନ୍ତି ତେଣୁ ଏହା ଏକ ରାଜନୈତିକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେଉଛି। ନବ ଦାସଙ୍କର ଅନେକ ରାଜନୈତିକ ଓ ବ୍ୟାବସାୟିକ ଶତ୍ରୁ ଥିଲେ ବୋଲି ନବଙ୍କ ପତ୍ନୀ ଓ ପୁଅ ପୋଲିସକୁ 161 ବୟାନ ଦେଇଛନ୍ତି। ଏଦିଗରେ କାହିଁକି ତଦନ୍ତ କରାଗଲାନି ବୋଲି ପ୍ରଶ୍ନ ଉଠାଇଛନ୍ତି ଗୋପାଳଙ୍କ ପୁଅ। ଏଥିସହ ନବଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ଗୋପାଳଙ୍କ ପୁଅ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: