Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭଙ୍ଗା ଦଦରା ଘରେ ବିତୁଛି ୬ ପ୍ରାଣୀଙ୍କ ଜୀବନ

Odisha

ଭଙ୍ଗା ଦଦରା ଘରେ ବିତୁଛି ୬ ପ୍ରାଣୀଙ୍କ ଜୀବନ

Manini Pattanayak
Browse all articles by Manini Pattanayak
·2 years ago·2 min read
ଭଙ୍ଗା ଦଦରା ଘରେ ବିତୁଛି ୬ ପ୍ରାଣୀଙ୍କ ଜୀବନ

ଭୁବନେଶ୍ୱର:  ଆବାସ ଯୋଜନା ସାତ ସପନ, ଭଙ୍ଗା ଦଦରା ଘରେ ବିତୁଛି ୬ ପ୍ରାଣୀଙ୍କ ଜୀବନ। ଏହା କୌଣସି ଉପାନ୍ତ ଅଞ୍ଚଳ ନୁହେଁ ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସାହେବ ନଗର ଗାଁର ଦୃଶ୍ୟ... ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଗୁହାରୀ ସତ୍ତ୍ବେ ଏଯାଏଁ ପକ୍କା ଘରେ ଖଣ୍ଡେ ମିଳିପାରୁନି..।  ପ୍ରଚାର ଜୋର, କିନ୍ତୁ କାମ ଦୁର୍ବଳ। ରାଜ୍ୟ ସରକାର ଘୋଷଣା କରୁଛନ୍ତି, କେହି ମାଟି କୁଡିଆ ଘରେ ରହିବେନି... ସମସ୍ତଙ୍କୁ ଯୋଗାଇ ଦିଆଯିବ ପକ୍କା ଘର। ହେଲେ ଦୀପତଳ ଅନ୍ଧାର ସଦୃଶ ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ଜୟଦେବ ପଞ୍ଚାୟତ ସାହେବ ନଗର ଗାଁରେ ଦେଖିବାକୁ ମିଳିଛି ଏହାର ଓଲଟା ଚିତ୍ର। ଆବାସ ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀ ଘର ପାଉଥିବା ବେଳେ ଅତ୍ୟନ୍ତ ଅସହାୟ ବିଜୟ ସାମଲଙ୍କ ପାଇଁ ପକ୍କା ସାତ ସପନ ପାଲଟିଛି।

ବିଜୟ ପର ଘରେ ମୂଲ ଲାଗିଲେ ଘର ଚୁଲି ଜଳେ। ଘର ତୋଳିବାକୁ ମଧ୍ୟ ପାଖରେ ଅର୍ଥ ନାହିଁ। ଭଙ୍ଗା ଦଦରା ଘରେ, ଅସହାୟ ଭାବେ ଦିନ ଅତିବାହିତ କରୁଛନ୍ତି ପରିବାରର ୩ ଶିଶୁ ସମେତ ୬ ପ୍ରାଣୀ କୁଟୁମ୍ବ। ବର୍ଷା ଦିନେ ପାଣି ଗଳି କାନ୍ଥରୁ ମାଟି ଅତଡା ଖସୁଥିବା ବେଳେ ଖରା ଦିନେ ସୂର୍ଯ୍ୟଙ୍କ ତାପ ଘର ଭିତରେ ପଡୁଛି। ବର୍ଷା ଦିନେ ନିଜ ବଡଭାଇ ଘରେ ରୁହନ୍ତି ସାରା ପରିବାର। ଏହି ଗରିବ ଅସହାୟ ପରିବାର ବହୁବାର ସରପଞ୍ଚ ଓ ୱାର୍ଡ ମେମ୍ବର ତଥା ପଞ୍ଚାୟତ କାର୍ଯ୍ୟାଳୟରେ ପକ୍କାଘର ଲାଗି ଗୁହାରୀ କରିଥିଲେ ମଧ୍ୟ ଏଯାଏଁ ନା ଘର ଖଣ୍ଡେ ମିଳି ପାରିନାହିଁ। ଏନେଇ ବାଲିଅନ୍ତା ବିଡ଼ିଓ ପବିତ୍ର ସାମଲ  କୌଣସି ପ୍ରତିକ୍ରିୟା ଦେବାକୁ ମନା ମନା କରିଥିଲେ।  ସମସ୍ତଙ୍କୁ ପକ୍କା ଘରର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଗରିବଙ୍କୁ ଭୁଲିଯାଉଛନ୍ତି... ରାଜଧାନୀ ଉପକଣ୍ଠରେ ଯଦି ଏପରି ଦୃଶ୍ୟ ଅବସ୍ଥା ତେବେ ଉପାନ୍ତ ଅଞ୍ଚଳର ଅବସ୍ଥା କଣ ଆପଣ ଅନୁମାନ କରିପାରୁଥିବେ...।    

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Despite repeated appeals to the administrative authorities, no one could be found in the pucca house... | Argus News