Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶତାଧିକ କୁନି କୁନି ପିଲା ଅପପୁଷ୍ଟିର ଶିକାର

Odisha

ଶତାଧିକ କୁନି କୁନି ପିଲା ଅପପୁଷ୍ଟିର ଶିକାର

Manini Pattanayak
Browse all articles by Manini Pattanayak
·1 year ago·3 min read
ଶତାଧିକ କୁନି କୁନି ପିଲା ଅପପୁଷ୍ଟିର ଶିକାର

ନୟାଗଡ଼ : ନୟାଗଡ଼ ଦଶପଲ୍ଲାରେ ନଗଡ଼ା ଭଳି ଗୋଟିଏ ଗାଁ...ଦୟନୀୟ ଜୀବନ ବଞ୍ଚୁଛନ୍ତି ଗ୍ରାମବାସୀ...ଶତାଧିକ କୁନି କୁନି ପିଲା ଅପପୁଷ୍ଟିର ଶିକାର । ଆବାସ, ପାନୀୟ ଜଳ, ପରିମଳ, ସ୍ବାସ୍ଥ୍ୟସେବା ସବୁ ବିପର୍ଯ୍ୟସ୍ତ । ଅଧାରୁ ଅଧିକ ଲୋକ ଭୂମିହୀନ । ଘର ଯୋଗାଇବା ନାଁରେ ଟଙ୍କା ଲୁଟି ମାଲାମାଲ୍ ହୋଇଛନ୍ତି ବିଜେଡି ନେତା । ମର୍ଯ୍ୟଦା ପୂର୍ଣ୍ଣ ଜୀବନ ଯାପନ କରିବା ପ୍ରତ୍ୟେକ ମଣିଷ ର ଜନ୍ମଗତ ଅଧିକାର । ସମ୍ବିଧାନ କହେ , ଖାଦ୍ୟ , ବସ୍ତ୍ର , ବାସଗୃହ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ଅଧିକାର ରୁ କେହିବି  ଜଣେ ବଞ୍ଚିତ ହୋଇପାରିବ ନାହିଁ । ଏଥି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । 

କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ବାହୁଷ୍ପୋଟ ମାରୁଥିବା ନବିନ ସରକାର ଦିର୍ଘ  ୨୪ ବର୍ଷ ର ଶାସନ କାଳରେ  ଥାଇ ଓ ବାହୁ ସ୍ପୋଟ ମାରୁଥିବା ଆଜି ପଦାରେ ପଡ଼ି ହାଟରେ ଗଡୁଛି । ଏ ଭଳି ଏକ ,ଗାଁର ଚିତ୍ର ସାମ୍ମାନା କୁ ଆସିଛି ,ସେଥିରେ କେବେ ସୁଧାର ଆସିନି କି ଦୃଷ୍ଟି ମଧ୍ୟ ପଡ଼ିନି  । ଯେଉଁଠି କି ବିକାଶ ର ଛାଇ ମଧ୍ୟ କେବେ ପଡ଼ିନି ! ପୁଙ୍ଗୁଳା ଦେହ ସାଙ୍ଗକୁ ନୁଖୁରା ମୁଣ୍ଡ ॥ କିଏ ବଣ ପାହାଡ଼ ବୁଲି ପାଚିଲା ତାଳ ଖାଉଛି ତ କିଏ ପଖାଳ ଭାତ ସାଙ୍ଗ କୁ ଲୁଣ ! ଗାଁ ସାରା ମାଳ ମାଳ ପିଲା ବାଲି ଧୁଳି ରେ ଲୋଟି ବୁଲୁଥିବାର ଦୃଶ୍ୟ ପରିକ୍ଷିତ ହେଉଛି ! ଦେହ ଅସୁସ୍ଥ ହେଲେ ଜଙ୍ଗଲି ଚେରମୂଳି ଔଷଧ ତାଙ୍କର ଭରଷା । ସତେ ଯେମିତି ଓଡ଼ିଶାର ଦ୍ୱିତୀୟ ନଗଡ଼ା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା , ଦଶପଲ୍ଲା ବ୍ଳକ, କୁଳୁରୁକୁମ୍ପା ଗ୍ରାମପଞ୍ଚାୟତ ର ଶବର ସାହିରେ ।


ନାହିଁ ନାହିଁ ରେ ବିତୁଛି ସାହି ବାସୀ ଙ୍କ ଜୀବନ । ଗାଁକୁ ରାସ୍ତା ନାହିଁ , କି ଆମ୍ବୁଲାନ୍ସ ସେବା ନାହିଁ । ଗାଁ କୁ ସୁଦ୍ଧ ପାନୀୟ ଜଳ ନାହିଁ , ଓ କିଛି ପରିବାର ଙ୍କ ପାଖରେ ରାସନ କାର୍ଡ଼ ନାହିଁ , କେହି କେହି ଉପବାସ ରେ ଦିନ କାଟୁଥିବା ଅଭିଯୋଗ ହେଉଛି ! କିଛି ପରିବାର ଆଧାର କାର୍ଡ଼ ନାହିଁ  ତେଣୁ ଆଧାର କାର୍ଡ଼ ନଥିବାରୁ ପିଲାମାନଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଯାଇଛି ।   
ଗାଁ ଲୋକଙ୍କ ଜୀବନ ଜିବିକା କହିଲେ ଜଙ୍ଗଲ ରୁ ଆଳୁ,ପାଣିଆଳୁ, କନ୍ଦା ,ମସିହା , ଜଙ୍ଗଲି ମହୁ, ଲାଖ , ଝୁଣା ସଂଗ୍ରହ କରି ବିକ୍ରି ବଟା କରନ୍ତି ଓ ପରିବାର ଭରଣପୋଷଣ କରି ଦିନ ବିତାନ୍ତି । ଏଭଳି ସ୍ଥିତିରେ ଗାଁଲୋକମାନେ ତଳ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ପ୍ରଶାସନ ଓ ରାଜନେତା ମାନଙ୍କୁ ଗୁହାରି ଜଣାଇଛନ୍ତି କିନ୍ତୁ  ନୟାନ୍ତ ଓ ନିରାଷ ହୋଇ ସାରିଛନ୍ତି ! କିନ୍ତୁ କାହାର ନିଘା ନାହିଁ କି ଚିନ୍ତା ନାହିଁ ॥ ବିକାଶର ଡିଣ୍ଡିମ ପିଟୁଥିବା ବିଜେଡ଼ି ସରକାର ଙ୍କର ଭାବମୂର୍ତ୍ତି ପରିଲକ୍ଷିତ ହେଉଥିବା ମନେହୁଏ ଏହି ଶବର ସାହି ର ଦୃଶ୍ୟ । ତେଲିଆ ମୁଣ୍ଡରେ ତେଲ ମଳି ମୁଣ୍ଡିଆ କୁ ପଚାରେ କିଏ ? 
 ଆବାସ ଗୃହ ଯୋଜନାରେ ମହା ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। କୁଜି ନେତାମାନଙ୍କ ଦେଇ ଅର୍ଦ୍ଧନିର୍ମିତ ଆବାସ ଗୃହ ନିର୍ମାଣ ହୋଇଥିବା ଅଭିଯୋଗ ଆସିଛି। କେହି କେହି  ଚାଳ ଓ ମାଟି କାନ୍ଥ ଝୁମ୍ପୁଡ଼ି କୁଡ଼ିଆ ରେ ପାଣି ଗଳୁଥିବା ଓ ଶାପ କଣ୍ଟିଆ ପଶୁଥିବା ର ଅଭିଯୋଗ ହୋଇଛି ।   ରାସନ ସାମଗ୍ରୀ ର ଦୁର୍ନିତି କହିଲେ ନସରେ । ରାସନ କାର୍ଡ଼ ଖଣ୍ଡେ ପଟେ ଯାହାର ଅଛି ନା ଥାଇ ମଧ୍ୟ ରାସନ ପାଇପାରୁ ନାହିଁ । ଗାଁର ଲୋକ ମାନେ ଅଧାରୁ ଅଧିକ ଭୂମୀ ହିନ ଏଥିପାଇଁ ମଧ୍ୟ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି  ତେବେ ଏଠି ପ୍ରଶ୍ନ ଉଠୁଛି ଏଭଳି ଗାଁ ପ୍ରତି  ବିଜେଡ଼ି ସରକାର ଙ୍କର ଅବହେଳା କାହିଁକି ? ଏହା ପଛରେ  କି ପ୍ରକାର ରହସ୍ୟ ରହିଛି ? ବିଜେଡ଼ି ଭୋଟ ବାକ୍ସ କୁ ଶବର ସାହି ର ଭୋଟ ଯାଉ ନାହିଁ କି ? ବିଧାୟକ ଜାଣିଶୁଣି ଅଣ ଦେଖା କରୁଛନ୍ତି ।ଏଭଳି ଅନେକ ପ୍ରଶ୍ନ ଅଙ୍କୁରିତ ହେଉଛି ।ତେଣୁ ଉଚ୍ଚସ୍ତରୀର ତଦନ୍ତ କରାଗଲେ ପ୍ରକୃତ ସତ ଜଣ ପଦାକୁ ଆସିବ ॥ କେବେ ଶବର ସାହି ବାସୀ ମୌଳିକ ଅଧିକାର ପାଇବେ ତାହା ଦେଖିବାକୁ ବାକି ରହିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
A village like Nagada in Daspalla, Nayagarh... The villagers are living a miserable life. | Argus News