Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିକାରୀ ଜାଲରୁ ବିରଳ ପକ୍ଷୀକୁ ଉଦ୍ଧାର କଲେ ସ୍ବେଛାସେବୀ

Ritu Das
Browse all articles by Ritu Das
·1 year ago·1 min read
ଶିକାରୀ ଜାଲରୁ ବିରଳ ପକ୍ଷୀକୁ ଉଦ୍ଧାର କଲେ ସ୍ବେଛାସେବୀ

ଅର୍ଗସ ବ୍ୟୁରୋ: ଶିକାରୀ ଜାଲ କବଳରୁ ବିରଳ ପକ୍ଷୀକୁ ଉଦ୍ଧାର କଲେ ସ୍ବେଛାସେବୀ l ବୌଦ୍ଧ ବ୍ଲକ ମନମୁଣ୍ଡା ରେଞ୍ଜ କୁମରକାନୀ ଗ୍ରାମରେ କିଛି ଅସାଧୁ ପକ୍ଷୀ ଶିକାରୀ ଜାଲ ବିଛାଇ ପକ୍ଷୀ ଶିକାର କରୁଥିଲେ l ରାତିରେ ଏକ ବିରଳ ପ୍ରଜାତିର ପକ୍ଷୀ, ଜାଲରେ ଲାଗିଥିବା ତାଳପଦର ଗ୍ରାମର ସ୍ବେଛାସେବୀ ଆଶୁତୋଷ ହୋତା ଦେଖିବାକୁ ପାଇଥିଲେ l ଗ୍ରାମର ନରହରି ଜାଲ ଓ ସ୍ବେଛାସେବୀ ଉଭୟ ମିଶି କଇଁଚି ଓ ବ୍ଲେଡ ସାହାଯ୍ୟରେ ଜାଲକୁ କାଟି ବିରଳ ପକ୍ଷୀକୁ ଉଦ୍ଧାର କରି ପାଣି ପିଆଇ ଛାଡି ଦେଇଥିଲେ l 

ବିରଳ ପକ୍ଷୀଟି ପାଣି ପିଇ ଜୀବନ ପାଇଥିଲା l ଏହାପରେ ଉଡି ଉଡି ଚାଲି ଯାଇଥିବା ଦେଖିବାକୁ ମିଳିଛି l ତେବେ ଏଭଳି ମହତ କାର୍ଯ୍ୟ ପାଇଁ ଅଞ୍ଚଳରେ ସ୍ବେଛାସେବୀ ଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି l ଏହା ସହିତ ଜାଲ ବିଛାଇ ଥିବା ପକ୍ଷୀ ଶିକାରୀଙ୍କ ଉପରେ ବନ ବିଭାଗ ପକ୍ଷରୁ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A volunteer rescued | Argus News