Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଣୁଆ ଦନ୍ତା ହାତୀର ଆତଙ୍କ  

Manini Pattanayak
Browse all articles by Manini Pattanayak
·2 years ago·1 min read
ବଣୁଆ ଦନ୍ତା ହାତୀର ଆତଙ୍କ  

ଭଦ୍ରକ: ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଏକ ବଣୁଆ ଦନ୍ତା ହାତୀ ଆତଙ୍କ ଖେଳାଇଛି। ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ଗାଁ ମୁହାଁ ଏହି ବଣୁଆ ଦନ୍ତା ହାତୀ। ଗାଁ ଧାନ ବିଲରେ ପଶିଥିବା ଲୋକେ ଦେଖିବା ପରେ ଆତଙ୍କ ସୃଷ୍ଟି ହୋଇଛି। ତେଣୁ ଭୟରେ ଭଣ୍ଡାରିପୋଖରୀ ଅଂଚଳର ଲୋକମାନେ ଘର କବାଟ ବନ୍ଦ କରି ଦେଇଛନ୍ତି। ସେହିପରି ଧାନ ବିଲ ଉପରେ ଅନେକ ସ୍ଥାନରେ ବିପଦ ସଂକୁଳ ଭାବେ ବିଦ୍ୟୁତ ତାର ଝୁଲୁ ଥିବାରୁ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ କରିଛି ବିଦ୍ୟୁତ ବିଭାଗ।

ଭଦ୍ରକ ଜିଲ୍ଲାକୁ ଲାଗିଥିବା ହଦଗଡ଼ ଜଙ୍ଗଲ କିମ୍ବା ଆନନ୍ଦପୁର ଅଂଚଳରୁ ଗତକାଲି ବିଳମ୍ବିତ ରାତିରେ ଏହି ବଣୁଆ ଦନ୍ତା ହାତୀ ଟି ଆସିଥିବା ସୂଚନା ମିଳିଛି। ଖବର ଅନୁଯାୟୀ ଗତକାଲି ପ୍ରଥମେ ମଞ୍ଜୁରୀ ରୋଡ଼ ଅଂଚଳ ରେ ଏହି ବଣୁଆ ଦନ୍ତା ହାତୀ ପ୍ରବେଶ କରିଥିବା ବେଳେ ଆଜି ଭଣ୍ଡାରିପୋଖରୀ ବ୍ଲକ ତଥା ଭଣ୍ଡାରିପୋଖରୀ ତହସିଲ ଅଫିସ ଆଖ ପାଖ ଅଂଚଳ ରେ ଥିବା ଧାନ ବିଲ ରେ ପ୍ରବେଶ କରିଛି। ତେବେ ସ୍ଥାନୀୟ ଲୋକ ମାନେ ଏ ସମ୍ପର୍କ ରେ ବନ ବିଭାଗ କୁ ଖବର ଦେବା ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀ କୁ ହଦଗଡ଼ ଜଙ୍ଗଲ ଅଭିମୁଖେ ଘଉଡାଇବା କାର୍ଯ୍ୟ ଜାରି ରଖିଛି।  

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A wild elephant left the forest and headed towards the village in search of food | Argus News