ବଜ୍ରପାତରେ ମହିଳା ମୃତ
·1 year ago

ଗଜପତି: ଆଜି ଅପରାହ୍ନରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ମୃତ ମହିଳା ଜଣକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ରାଚାଗୁଡ଼ା ଗ୍ରାମର ତୁଳସୀ ଦଳାଇ l ଅପରାହ୍ନ ପ୍ରାୟ ସାଢେ 3 ଟାରେ ତୁଳସୀ ନିଜ ଗାଁ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇଥିଲେ l
ଏହି ସମୟରେ ଘଡଘଡି ସହ ବର୍ଷା ହୋଇଥିଲା l ତୁଳସୀ ନାଳ ପାଖରେ ଥିବା ଏକ ଗଛ ମୂଳରେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ହୋଇଥିଲା l ଗଛ ମୂଳରେ ଗୁରୁତର ଅବସ୍ଥାରେ ତୁଳସି ପଡ଼ିଥିବା ଖବର ପାଇ ଗାଁ ଲୋକେ ଘଟଣା ସ୍ଥଳରେ ପହଁଞ୍ଚି ତାଙ୍କୁ ଉଦ୍ଧାର କରି ମୋହନା ମେଡିକାଲ ରେ ଭର୍ତ୍ତି କରିଥିଲେ l ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: