Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୁଲରରେ ପାଣି ଭର୍ତ୍ତି କରିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଲେ ମହିଳା 

Smruti Parija
Browse all articles by Smruti Parija
·2 years ago
କୁଲରରେ ପାଣି ଭର୍ତ୍ତି କରିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଲେ ମହିଳା 

ଦେବଗଡ: କୁଲରରେ ପାଣି ଭର୍ତ୍ତି କରିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଲେ ମହିଳା । ଦେବଗଡ ପୌରାଞ୍ଚଳ ଭୁଳିଆସାହିରେ ଆଜି ସକାଳୁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରଞ୍ଜିତ ୟାଦବଙ୍କ ସ୍ତ୍ରୀ ରାଜକୁମାରୀ କୁଲରରେ ପାଣି ଭର୍ତ୍ତି କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡିଥିଲେ । 

ପରିବାର ଲୋକ ତାଙ୍କୁ ଉଦ୍ଧାର କରି ତୁରନ୍ତ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଦେବଗଡ ଥାନା ପୋଲିସ ସୂଚନା ପାଇ ଡାକ୍ତରଖାନାରୁ ଶବ ଜବତ କରିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡିଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଶବ ପଠାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A woman died of electrocution while filling water in a cooler | Argus News