Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଚାଷ କରି କୋରାପୁଟର ଜଣେ ମହିଳା ଚାଷୀ ନାଁ ଅର୍ଜନ କରିଛନ୍ତି

Odisha

ଚାଷ କରି କୋରାପୁଟର ଜଣେ ମହିଳା ଚାଷୀ ନାଁ ଅର୍ଜନ କରିଛନ୍ତି

Ritu Das
Browse all articles by Ritu Das
·2 years ago·2 min read
ଚାଷ କରି କୋରାପୁଟର ଜଣେ ମହିଳା ଚାଷୀ ନାଁ ଅର୍ଜନ କରିଛନ୍ତି

ଅର୍ଗସ ବ୍ୟୁରୋ: ଆଜି ସବୁକ୍ଷେତ୍ରରେ ସଫଳ। ଚାଷ କରି ଜଣେ ମହିଳା ଆଜି ସଫଳ ଚାଷୀଙ୍କ ଜଣେ ମହିଳା ଚାଷୀ ବିଭିନ୍ନ ପ୍ରକାରର ପରିବା ଚାଷ କରୁଛନ୍ତି ଆଉ ଲାଭବାନ ହେଉଛନ୍ତି। ଏ ହେଉଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଳକ ଅନ୍ତର୍ଗତ ବାଣୁଆଗୁଡା ଗାଁ। ଦିନ ଥିଲା ଏ ଗାଁ ରେ ଚାଷ କରିବା ପାଇଁ ଜମି ଥିଲା ସତ ହେଲେ ଜଳ ଅଭାବ ଯୋଗୁଁ ଚାଷୀ ଚାଷ କରି ପାରୁ ନ ଥିଲା। ବର୍ତ୍ତମାନ ଚାଷ ଜମିରେ ପାଣି ସଙ୍କଟ ଦୂର ହୋଇଛି। ଚାଷୀର ମୁହଁ ରେ ହସ ଫେରିଛି ,ଏହା କେବଳ ଭାରତ ସରକାରଙ୍କ ଡିପାର୍ଟମେଣ୍ଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଓ ଏମ.ଏସ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନଙ୍କ ମିଳିତ ପ୍ରୟାସରେ ସମ୍ଭବ ହୋଇ ହୋଇପାରିଛି।

ଏହି ଦୁଇ ସଂସ୍ଥା ଗତ କିଛି ବର୍ଷ ଧରି ଏହି ଗାଁରେ ଚାଷୀର ଏହି ଜଳ ସମସ୍ୟାକୁ ଦୂର କରିବା ପାଇଁ ବିଭିନ୍ନ ଚିସର୍ଚ୍ଚ ପରେ 3 ଟି ଜଳାଶୟ ସୃଷ୍ଟି କରିଥିଲେ। ସବୁଠାରୁ ବଡ଼ କଥା ହେଲା ଭୀଷଣ ଖରାରେ ମଧ୍ୟ ଏହି ଜଳାଶୟ ଜଳ ଶୁଖିଯାଏ ନାହିଁ। ଯାହା ଦ୍ୱାରା ଚାଷୀ ବର୍ଷକୁ 12 ମାସ ଲଗାତାର ଧାନ, କିସମ କିସମ ପରିବା, ଫୁଲ ,ମୁଗ ଆଦି ଚାଷ କରିପାରିଛନ୍ତି।

କେବଳ ଯେ ଚାଷ ଜମି ପାଇଁ ପାଣି ନୁହେଁ ଗାଁ ଗାଁ ରେ ଶୁଦ୍ଧ ପାନୀୟ ଜଳର ମଧ୍ୟ ଉତ୍ସ ତିଆରି କରାଯାଇଛି। ଯାହା ଦ୍ଵାରା ମହିଳାଙ୍କ କଷ୍ଟ ଲାଘବ ହେଉଥିବାର ଦେଖିବାକୁ ମିଳିଛି। ମହିଳାଙ୍କୁ ଆଉ ପାଣି ପାଇଁ ମାଇଲ ମାଇଲ ବାଟ ଯିବାକୁ ପଡୁ ନାହିଁ। ଘର ପାଖରେ ଶୁଦ୍ଧ ପାନୀୟ ଜଳ ପାଇ ପାରୁଥିବାର ଦେଖିବାକୁ ମିଳିଛି। 
କେବଳ ଯେ ଏହି ଗୋଟିଏ ଗାଁ ନୁହେଁ , ଡୁମୁରି ଗୁଡା, ତେନ୍ତିଲିପାଲ ଭଳି କୋରାପୁଟ ଜିଲ୍ଲାର ଅନେକ ଗାଁ କୁଡିକରେ ଏମ.ଏସ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ଓ ଡିପାର୍ଟମେଣ୍ଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିଙ୍କ ମିଳିତ ପ୍ରୟାସରେ ଏହି ଭଳି ପଦକ୍ଷେପ ନିଆଯାଇଛି। ଯାହା ଦ୍ୱାରା ଘରେ ରହୁଥିବା ମହିଳା ଏବେ ରୋଜଗାରକ୍ଷମ ହୋଇ ପାରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Painting
Sponsored