ଚଳନ୍ତା ଟ୍ରେନରୁ ଅଳ୍ପକେ ବର୍ତ୍ତିଲେ ମହିଳା
·2 years ago

ଅର୍ଗସ ବ୍ୟୁରୋ : ଚଳନ୍ତା ଟ୍ରେନରେ ଚଢ଼ିବା ସମୟରେ ଅଳ୍ପକେ ବର୍ତ୍ତିଲେ ମହିଳା । ଉଦ୍ଧାର କଲେ ମହିଳା କନେଷ୍ଟବଳ। ଟ୍ରେନ ନମ୍ବର ୧୮୪୭୮ ରିଶିକେଶ - ପୁରୀ ଉତ୍କଳ ଏକ୍ସପ୍ରେସ ଖୋର୍ଦ୍ଧାରୋଡ଼ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୦୪ ରୁ ପୁରୀ ଅଭିମୁଖେ ଯାତ୍ରା କରୁଥିଲା । ସେହି ସମୟରେ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ଜଣେ ମହିଳା ମନୋରମା ଶ୍ରୀବାସ୍ତବ ନିଜ ପରିବାର ସହିତ ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ପୁରୀ ଯିବା ପାଇଁ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଉଦ୍ୟମ କରୁଥିଲେ ।
ଟ୍ରେନ ଚାଲୁଥିବାରୁ ତାଙ୍କ ଗୋଡ ଖସିଯାଇଥିଲା ଫଳରେ ସିଏ ତଳେ ପଡ଼ିଯାଇଥିଲେ । ପ୍ଲାଟଫର୍ମରେ କାର୍ଯ୍ୟରତ ଥିବା ଜଣେ ମହିଳା ହେଡ଼ କନେଷ୍ଟବଳ ହେମାବତି ବେହେରା ତାଙ୍କୁ ଧରି ଦେଇଥିଲେ। ଆଉ ତାଙ୍କୁ ସୁରକ୍ଷିତର ସହିତ ଉଦ୍ଧାର କରିଥିଲେ। ମହିଳାଙ୍କ ବୟସ ୬୩ ବର୍ଷ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: