ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣ
·2 years ago·1 min read

ଭୁବନେଶ୍ୱର: ସୁରକ୍ଷିତ ନୁହଁ ରାଜଧାନୀ । ଦିନକୁ ଦିନ ବଢୁଛି ଅପରାଧୀଙ୍କ ସଂଖ୍ୟା । ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ଏପରିକି ଅପହରଣକାରୀ କୋଟିଏ ଟଙ୍କା ମାଗୁଛନ୍ତି । ଚନ୍ଦକା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଅପହୃତ ମହିଳାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଅପହରଣ ପଛର କାରଣ ଅସ୍ପଷ୍ଟ ରହିଛି ।
ଅନ୍ୟପଟେ ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ଅପରାଧର ସହର ପାଲଟିଛି । ପ୍ରତିଦିନ ଛୋରି, ଛିନତାଇ ଭଳି ଘଟଣା ସାମନାକୁ ଆସୁଛି । ରାଜ୍ୟ ରାଜଧାନୀରେ ରହିବାକୁ ଲୋକଙ୍କ ମଧ୍ୟରେ ଅଧିକ ଉତ୍କଣ୍ଠା ରହୁଥିବାବେଳେ ଏଭଳି ଘଟଣା ବଢି ଚାଲିଛି । ଏବେ ସ୍ଥିତି ଏମିତି ହେଲାଣି ଲୋକେ ଭୁବନେଶ୍ୱରରେ ରହିବାକୁ ମଧ୍ୟ ଡରିଲେଣି । ବାରମ୍ବାର ଏପରି ଘଟଣା ସାମନାକୁ ଆସୁଥିବାବେଳେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: