Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭାଲୁ କାମୁଡ଼ାରେ ମହିଳା ଗୁରୁତର 

Odisha

ଭାଲୁ କାମୁଡ଼ାରେ ମହିଳା ଗୁରୁତର 

Manini Pattanayak
Browse all articles by Manini Pattanayak
·1 year ago
ଭାଲୁ କାମୁଡ଼ାରେ ମହିଳା ଗୁରୁତର 

ନବରଙ୍ଗପୁର: ଭାଲୁ କାମୁଡ଼ାରେ ମହିଳା ଗୁରୁତର । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ହାତିଗାଁ ପଞ୍ଚାୟତର ପହିଲିପାରା ଗ୍ରାମରେ । ପ୍ରାୟ 11ଟା ସମୟରେ ପହିଲିପାରା ଗ୍ରାମର ନିକଟରେ ଥିବା ଜଂଗଲକୁ 4ଜଣ ମହିଳା କେନ୍ଦୁପତ୍ର ତୋଳିବାକୁ ଜଙ୍ଗଲ କୁ ଯାଇଥିଲେ ।

ହଠାତ ଏକ ଭାଲୁ ଆସି ଆକ୍ରମଣ କରିଥିଲା ସୁକୁବାଇ ଗଣ୍ଡ (58)ଙ୍କ ଉପରେ । ଭାଲୁ ଆକ୍ରମଣ କରୁଥିବା ଦେଖି ଅନ୍ୟ 3ଜଣ ଦୌଡ଼ି ପଳାଇଥିବା ବେଳେ କୌଶଳ କ୍ରମେ ଭାଲୁ ଆକ୍ରମଣ ରୁ ଖସି ଆସିଥିଲେ ସୁକୁବାଇ । କିନ୍ତୁ ଭାଲୁ କାମୁଡ଼ା ରେ ଗୁରୁତର ହୋଇ ବର୍ତମାନ ସେ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିଛିତ ହେଉଛନ୍ତି । ସ୍ଥାନୀୟ ବାସିନ୍ଦା ଙ୍କ କହିବା ଅନୁସାରେ ବନ ବିଭାଗର ଅସାବଧାନତା ଯୋଗୁଁ ଏପରି ଅଘଟଣ ବରମ୍ବାର ଘଟୁଛି ବୋଲି ଅଭିଯୋଗ ହେଉଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A woman is seriously injured by a bear bite | Argus News