Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଇଟା ଭାଟିରେ କାମ କରିବା ବେଳେ ଶ୍ରମିକଙ୍କ ମୃତ୍ୟୁ

Odisha

ଇଟା ଭାଟିରେ କାମ କରିବା ବେଳେ ଶ୍ରମିକଙ୍କ ମୃତ୍ୟୁ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଇଟା ଭାଟିରେ କାମ କରିବା ବେଳେ ଶ୍ରମିକଙ୍କ ମୃତ୍ୟୁ

ରାୟଗଡା : ଦାଦନ ଦୁଃଖ । ଇଟା ଭାଟିରେ କାମ କରିବା ବେଳେ ଶ୍ରମିକର ମୃତ। ଏପରି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଶଙ୍କରଡ଼ା  ପଞ୍ଚାୟତ ବାହାରକୁଟୁମି ଗାଁରୁ । ମୃତକ ଜଣଙ୍କ ହେଲେ ଲଦି ମାଝୀ(୪୩)। ସେ ୩ ମାସ ପୂର୍ବେ ଗାଁର କିଛି ଲୋକଙ୍କ ସହିତ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରୁ ଜିଲା କପର ଗାଁରେ ଏକ ଇଟା ଭାଟିରେ କାମ କରିବାକୁ ଯାଇଥିଲେ। ଗତକାଲି ଅପରାହ୍ନ ତିନିଟା ବେଳେ କାମ କରିବା ବେଳେ ଛତିରେ ଯନ୍ତ୍ରଣା ହେବାରୁ ସେ ରହୁଥିବା ବସାକୁ ପଠେଇ ଦେଇଥିଲେ ସେଠାର ସେ ବେହୋଶ ହୋଇଯାଇଥିଲେ ତୁରନ୍ତ ଗୁଣ୍ଟୁରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି ।

ଅଧିକ ପଢନ୍ତୁ : ଦାଦନ ଶ୍ରମିକଙ୍କ ଉଦ୍ଧାର ପାଇଁ ନିବେଦନ

ମୃତକଙ୍କ ମୃତ ଦେହ ଗାଁକୁ ଅଣାଯାଇଛି। ଜିଲାରେ କାମ ନମିଳିବାରୁ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି ଅନେକ ଶ୍ରମିକ। ମୃତ ଶ୍ରମିକ ଲୋଦି ମାଝି କିଛି ଦିନ ଆଗରୁ ଦେହ ଭଲ ଲାଗୁନି କହି ଗାଁକୁ ଚାଲିଯିବାକୁ ଭେଟି ମାଲିକକୁ କହିଥିଲେ । କିନ୍ତୁ ମାଲିକ ତାଙ୍କୁ ଟଙ୍କା ଦେଇନଥିଲେ କି ଯିବାକୁ ଛାଡି ନଥିଲେ ବୋଲି ସାଙ୍ଗରେ ଥିବା ସାଥି ଶ୍ରମିକ ମାନେ ଅଭିଯୋଗ କରି ଛନ୍ତି। ଏନେଇ ପ୍ରସାଶନିକ ପ୍ରତିକ୍ରିୟା ମିଳିପାରି ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A worker dies while working in a brick factory | Argus News