Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ବାହାରିଲା ସିଝିଲା ଜୋକ

Odisha

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ବାହାରିଲା ସିଝିଲା ଜୋକ

Ritu Das
Browse all articles by Ritu Das
·1 year ago·1 min read
ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ବାହାରିଲା ସିଝିଲା ଜୋକ

ଅର୍ଗସ ବ୍ୟୁରୋ: ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ବାହାରିଲା ସିଝିଲା ଜୋକ । ଭୟଭୀତ ଅବସ୍ଥାରେ କୁନି କୁନି ଛାତ୍ରଛାତ୍ରୀ । ଖାଦ୍ୟକୁ ବାହାରେ ଫିଙ୍ଗି ତଦନ୍ତ ଦାବି କଲେ ଅଭିଭାବକ ଓ ଗ୍ରାମବାସୀ।  ଏଭଳି ଘଟଣା ଘଟିଛି ବାସୁଦେବପୁର ପୌରପାଳିକାର 2 ନମ୍ବର ୱାର୍ଡରେ ଥିବା ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବଣ୍ଟନ ପାଇଁ ଭଦ୍ରକର ଏକ ସେବାୟତନ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଆଜି ବିଦ୍ୟାଳୟରେ ସଂସ୍ଥା ପକ୍ଷରୁ ମଧ୍ୟାହ୍ନ ଭୋଜନ ପାଇଁ ଖାଦ୍ୟ  ଦିଆଯାଇଥିଲା । ପିଲାମାନଙ୍କୁ ଖାଦ୍ୟ ଦିଆଯିବା ପରେ ଖାଉଥିବା ସମୟରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କ ଖାଦ୍ୟରୁ ଗୋଟିଏ ଶିଝିଲା ଜୋକ ବାହାରଥିଲା। 

ଫଳରେ ଛାତ୍ରଛାତ୍ରୀ ମାନେ ଭୟଭୀତ ହେଇ ଖାଦ୍ୟକୁ ଫିଙ୍ଗି ଦେଇଥିଲେ । ଏମିତିକି କିଛି ଦିନ ପୂର୍ବରୁ ମଧ୍ୟ ଖାଦ୍ୟରୁ ପୋକ ବାହାରିଥିଲା । ଯାହାକୁ ନେଇ ଅଭିଭାବକ ମାନେ ବିଦ୍ୟାଳୟରେ ହୋହଲା କରିଥିଲେ ଓ ସମ୍ପୃକ୍ତ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଦାୟିତ୍ୱରେ ଥିବା ସଂସ୍ଥା ନିମ୍ନ ମାନର ଖାଦ୍ୟ ଯୋଗାଉଥିବା ଅଭିଯୋଗ କରି ତୁରନ୍ତ ମଧ୍ୟାହ୍ନ ଭୋଜନ ପ୍ରଦାନ କରୁଥିବା ସଂସ୍ଥାକୁ ବନ୍ଦ କରିବା ସହ ତଦନ୍ତ ପାଇଁ  ଦାବି କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Painting
Sponsored
A joke came | Argus News