ଟାୱାର ଖୁଣ୍ଟରୁ ଡେଇଁ ଆତ୍ମହତ୍ୟା କଲେ ଯୁବକ
·2 years ago·1 min read

ଗଜପତି : ସେରଙ୍ଗ ଥାନା ଅନ୍ତର୍ଗତ ନୂଆଗଡ ଗାଁ ରେ ଜଣେ ଯୁବକଙ୍କ ଟାୱାର ଖୁଣ୍ଟ ରୁ ଡେଇଁ ଆତ୍ମହତ୍ୟା। ଯୁବକ ଜଣକ ନୂଆଗଡ ଗାଁ ର କୈଳାଶ ସୁବୁଦ୍ଧି ଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣା ପଡିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଯୁବକ ଜଣକ ଆଜି ସକାଳେ ଟାୱାର ଖୁଣ୍ଟ ଉପରକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସଙ୍ଗେ ସଙ୍ଗେ ନୂଆଗଡ ଅଗ୍ନୀସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଟାୱାର ଖୁଣ୍ଟରୁ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଗୁରୁତର ଅବସ୍ଥାରେ ନାରାୟଣଙ୍କୁ ଖଜୁରୀପଦା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।
ଅଧିକ ପଢନ୍ତୁ : ବନ୍ଦ ଘରେ ଦମ୍ପତିଙ୍କ ମୃତଦେହ
ସେଠାରେ ଡାକ୍ତର ନାରାୟଣ ସୁବୁଦ୍ଧିଙ୍କୁ ମୃତ ଘୋଷଣା କରିଥିଲେ। ସେରଙ୍ଗ ପୋଲିସ ଶବ ଜବତକରି ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: