Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦାଦନ ଅଭିମୁଖେ ଯାଉଥିବା ବେଳେ ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·2 years ago
ଦାଦନ ଅଭିମୁଖେ ଯାଉଥିବା ବେଳେ ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏସ. ଗୋପାଳପୁର ପଞ୍ଚାୟତର ସୁନାରୀପଲି ଗ୍ରାମର 21 ବର୍ଷ ର ଜିତୁ ପ୍ରଧାନ l ଦାଦନ ଖଟିବା ପାଇଁ ଚେନ୍ନାଇ ଅଭିମୁଖେ ଗତ ଦୁଇ ଦିନ ତଳେ ଘରୁ ବାହାରିଥିଲେ l 

କୌଣସି କାରଣ ବଶତଃ ଟ୍ରେନରୁ ଖସି ପଡି ତାଙ୍କର ମୃତ୍ୟୁ ଘଟିଛି l ମୃତ୍ୟୁ ଖବର ଶୁଣି ପରିବାରରେ ଏବେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l 21 ବର୍ଷୀୟ ଭେଣ୍ଡିଆ ପୁଅକୁ ହରେଇ ପରିବାର ବର୍ଗ ଚିନ୍ତାରେ ଥିବା ବେଳେ ପରିବାର ଲୋକେ ଆନ୍ଧ୍ର ଅଭିମୁଖେ ଯାଇ ଜିତୁ ପ୍ରଧାନଙ୍କ ମୃତଦେହକୁ ଧରି ଗ୍ରାମ ଅଭିମୁଖେ ଫେରୁଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A young man | Argus News