ଟ୍ରେନ ଦୁର୍ଘଟଣାରେ ଯୁବକ ମୃତ
·2 years ago

ଅର୍ଗସ ବ୍ୟୁରୋ: ଯାଜପୁର ସୁକିନ୍ଦା ରେଲୱେ ଷ୍ଟେସନ ନିକଟସ୍ଥ ଡଙ୍କାଗଡିଆ ନିକଟରେ ଟ୍ରେନ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଯାଜପୁର ରୋଡ ଜିଆରିପି ଫାଣ୍ଡି ଅନ୍ତର୍ଗତ ଓଲଳ ପଞ୍ଚାୟତ ଡଙ୍କାଗଡିଆ ରେଳ ଧାରଣାରେ ଟ୍ରେନ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସକାଳ 6ଟାରେ ଦେଖିବାକୁ ପାଇଥିଲେ।
ସ୍ଥାନୀୟ ଲୋକେ ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ସ୍ଥାନୀୟ ରେଳବାଇ ପୋଲିସ ଘଟଣାସ୍ଥଳକୁ ଆସି ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ ଯୁବକ ଜଣଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
