Videos
|
Odisha

ଗାଡି ଧକ୍କାରେ ଯୁବକ ମୃତ

Ritu Das
Browse all articles by Ritu Das
·2 years ago·1 min read
ଗାଡି ଧକ୍କାରେ ଯୁବକ ମୃତ

ଅର୍ଗସ ବ୍ୟୁରୋ: ମୃତ୍ୟୁ କେତେବେଳେ କେମିତି ଆସେ କେହି କହିପାରିବେ ନାହିଁ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ପାରାଦୀପ ନିକଟ ଏଲଆଣ୍ଟଟି ଛକରେ। ଏ ଘଟଣା ଯେତିକି ହୃଦୟ ବିଦାରକ ସେତିକି କୋହଭରା। ଆଜି ସକାଳୁ ସାଙ୍ଗର ଜନ୍ମ ଦିନ ପାଳନ କରିବା ପାଇଁ ଘରୁ ବାହାରି ଯାଇଥିଲେ ରାକେଶ ଭୋଳ। ତିନି ସାଙ୍ଗ ମିଶି ଗୋଟିଏ ଗାଡ଼ିରେ ବାହାରିଥିଲେ  ନେହରୁ ବଙ୍ଗଳା । ସାଙ୍ଗର ଜନ୍ମଦିନ ପାଳନ କରିବାକୁ। ବେଶ ହସ ଖୁସିରେ ଜନ୍ମ ଦିନ ପାଳନ କରିଥିଲେ। 

ଆଉ ରାକେଶ ଜାଣି ନଥିଲେ ଇଏ ହବ ସାଙ୍ଗର ଶେଷ ଜନ୍ମ ଦିନ ପାଳନ । ଘରକୁ ଫେରିବା ବାଟରେ ଛକି ବସିଥିଲା ମୃତ୍ୟୁ। କେହି କିଛି ବୁଝିବା ଆଗରୁ ଟ୍ରକ ଚକାତଳେ ରାକେଶଙ୍କ ଜୀବନ ଚାଲିଯାଇଥିଲା । ଘରର ଏକା ମାତ୍ର ପୁଅ ରାଜେଶଙ୍କ ମୃତ୍ୟୁ ପରେ ରାଜେଶଙ୍କୁ ନ୍ୟାୟ ଦେବା ଦାବିରେ ଅଠରବାଙ୍କି  ରାସ୍ତାରୋକ ରୋକ କରିଥିଲେ ତାଙ୍କ ସାଙ୍ଗଙ୍କ ସହ ପରିବାର ଲୋକେ। ପ୍ରଶାସନ ପହଞ୍ଚି କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକୋ ହଟିଥିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: