ପୋଲିସର ଗାଡ଼ି ମଟର ଯାଞ୍ଚ ବେଳେ ଅଘଟଣ, ଜଣେ ଗୁରୁତର
·2 years ago·1 min read

ଅର୍ଗସ ବ୍ୟୁରୋ: ପୋଲିସର ଗାଡ଼ି ମଟର ଯାଞ୍ଚ ବେଳେ ଅଘଟଣ। ଚଳନ୍ତା ବାଇକ୍ ରୁ ପଡ଼ି ଯୁବକ ଗୁରୁତର।ସାହାସପୁର ଫାଣ୍ଡି ଅନ୍ତର୍ଗତ ଝରିଆବାହାଲ୍ ଛକ ରେ ପୋଲିସ ର ଗାଡ଼ି ମଟର ଯାଞ୍ଚ ବେଳେ ଦ୍ରୁତ ଗତି ରେ ଫେରାର ମାରିବାକୁ ଚେଷ୍ଟା କରିଥିଲେ ଯୁବକ।ପୋଲିସ ଗୋଡାଇବାରୁ ଚଳନ୍ତା ବାଇକ୍ ରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିବା ଜଣାପଡ଼ିଛି।
ଅନ୍ୟପଟେ ପୋଲିସ ମାଡ଼ ମାରିଥିବା ଓ ତାଙ୍କ ପାଖରେ ଥିବା ୪୫ହଜାର ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି ଆହତ ଯୁବକ। ଆହତ ଯୁବକ ଜଣକ ବାମରା ଥାନା ଅଞ୍ଚଳର ହୋଇଥିବା ବେଳେ ତାଙ୍କ ନାମ ପ୍ରଧାନ ମିଞ୍ଜ ବୋଲି ଜଣାପଡିଛି।ଘଟଣା ର ଛାନଭିନ କରୁଛି ଲଇକେରା ପୋଲିସ। ତେବେ ପ୍ରକୃତ ଘଟଣା କଣ ତାହା ଏ ଯାଏ ସ୍ପଷ୍ଟ ହୋଇପାରିନାହିଁ। ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: