ସାପ କାମୁଡ଼ାରେ ଯୁବକ ଗୁରୁତର
·1 year ago

ଅର୍ଗସ ବ୍ୟୁରୋ: ବୋଲଗଡ଼ ଥାନା ଅଞ୍ଚଳ ନୟାପାଟଣା ଗ୍ରାମର ଜଣେ ବ୍ୟକ୍ତି ସାପ କାମୁଡ଼ାରେ ଗୁରୁତର ଆହତ ହୋଇ ତାଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କୁ ପଠାଇ ଦିଆ ଯାଇଅଛି। ନୟାପାଟଣା ଗ୍ରାମର ଯୋଗେନ୍ଦ୍ର ବେହେରା(୪୫)ଙ୍କୁ କୌଣସି ବିଷଧର ସାପ କାମୁଡି ଦେଇଛି। ଯୋଗେନ୍ଦ୍ର ଗୁରୁବାର ସକାଳେ କୌଣସି କାର୍ଯ୍ୟନେଇ ନିଜ ବିଲକୁ ଯାଇଥିଲେ।
ତେବେ ବିଲରେ କୌଣସି ଏକ ବିଷଧର ସାପ ତାଙ୍କ ବାମ ଗୋଡ଼କୁ କାମୁଡି ଚାଲି ଯାଇଥିଲା। ନିମିଷକେ ଶ୍ରୀ ବେହେରା ଘରକୁ ଫେରି ପରିବାରଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ। ପରେ ପରିବାର ପକ୍ଷରୁ ତାଙ୍କୁ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ପକ୍ଷରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: