ଲୁହା ରଡ୍ ମାଡ଼ରେ ଯୁବକ ଗୁରୁତର

ଅର୍ଗସ ବ୍ୟୁରୋ: ଚୌଦ୍ୱାର ଥାନା ଅଧୀନ 18ନଂ ୱାର୍ଡ ଗୌଡ଼ ସାହି ନିକଟରେ ଜଣେ ଯୁବକଙ୍କ ଲୁହା ରଡ଼ ମାଡ଼ରେ ଅନ୍ୟ ଜଣେ ଯୁବକ ରକ୍ତାକ୍ତ ହେବା ସହ ଗୁରୁତର ଭାବେ ଆହତ ହୋଇ କଟକ ମେଡିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି। ମିଳିଥିବା ସୂଚନା ମୁତବକ ଶନିବାର ରାତ୍ର ପ୍ରାୟ 9ଘଟିକା ସମୟରେ ପାରାଦୀପ ଅଞ୍ଚଳର ବିଶିକେଶନ ସାହୁ ଚୌଦ୍ୱାରର ଚୁଡାଖିଆ ବଜ଼ାରରୁ କାମସାରି ଗୌଡ଼ ସାହି ରାସ୍ତାଦେଇ ଫେରୁଥିବା ସମୟରେ ନବକିଶୋର ତାଙ୍କୁ ଅଟକାଇଥିଲେ। ପରେ କୌଣସି କାରଣକୁ ନେଇ ପରସ୍ପର ମାଧ୍ୟରେ ବଚସା ହୋଇଥିଲା ଏଥିରେ ଉତକ୍ଷିପ୍ତ ହୋଇ ନବ ସାଙ୍ଗରେ ଆଣିଥିବା ଏକ ଲୁହା ରଡ଼ରେ ବିଶିକେଶନ ପଚମୁଣ୍ଡକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ବିଶିକେଶନ ତଳିପଡିଯାଇଥିଲେ।
ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଚୌଦ୍ୱାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିଶିକେଶନକୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ପଠାଇବା ସହ ନବଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ପ୍ରାଥମିକ ତଦନ୍ତରୁ ଏହି ଘଟଣାଟି ପ୍ରରକୀୟା ପ୍ରୀତି ପାଇଁ ଘଟିଥାଇ ପାରେ ବୋଲି ଚୌଦ୍ୱାର ଥାନା ଅଧିକାରୀ ବିଶ୍ୱ ରଞ୍ଜନ ସାହୁ କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର