Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରୀ ଭୁଷି ହତ୍ୟା

Odisha

ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରୀ ଭୁଷି ହତ୍ୟା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରୀ ଭୁଷି ହତ୍ୟା

ଭୁବନେଶ୍ବର : ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରୀ ଭୂଷି ହତ୍ୟା। କ୍ୟାପିଟାଲ ଥାନା ବାପୁଜିନଗର ଠାରେ ଘଟିଛି ଏଭଳି ଘଟଣା । ମୃତକ ଜଣଙ୍କ ହେଲେ ଗୀତାଞ୍ଜଳି ରଞ୍ଜିତ ଓରଫ ଦୀପିକା । ତାଙ୍କ ଘର ବାଲେଶ୍ଵର ଜଳେଶ୍ବର ରେ ବୋଲି ଜଣାପଡିଛି। ଶିଶୁଭବନ ଛକ ନିକଟରେ ସେ ଭଡାରେ ରହୁଥିଲେ । ମୃତକଙ୍କ ସ୍ୱାମୀ କୁଞ୍ଜବିହାରି ଦତ୍ତ ଏ ନେଇ ଗତକାଲି ରାତିରେ ଥାନାରେ ଅଭିଯୋଗ କରିଥିଲେ । କୁଞ୍ଜବିହାରି ଙ୍କର ବାପୁଜିନଗର ରେ ଏକ ମୋବାଇଲ ମରାମତି ଦୋକାନ ରହିଛି ।

ଅଧିକ ପଢନ୍ତୁ : ସ୍ୱାମୀ- ପୁତ୍ର ସାମ୍ନାରେ ମା'କୁ ଦୁଷ୍କର୍ମ କଲେ ୩ ଯୁବକ

ଗତକାଲି ସନ୍ଧ୍ୟା ୭ ଟା ରେ ସ୍ୱାମୀଙ୍କ ଦୋକାନ କୁ ଯାଇଥିଲେ ଗୀତାଞ୍ଜଳି । ଫେରିବା ବେଳେ ଜଣେ ଦୁର୍ବୁର୍ତ୍ତ ତାଙ୍କୁ ପିଛା କରି ଅଟକାଇଥିଲେ । କୌଣସି କଥାକୁ କେନ୍ଦ୍ର କରି ଦୁହିଁଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଅତର୍କିତ ଭାବେ ଯୁବକ ଜଣଙ୍କ ଛୁରାମାଡ଼ କରିଥିବା ଜଣାପଡ଼ିଛି । ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ମହିଳା ଜଣଙ୍କୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ସିସିଟିଭି ଆଧାର ରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
A young man killed a woman for one sided love | Argus News