Videos
|
Odisha

ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଜୀବନ ଗଲା

Ritu Das
Browse all articles by Ritu Das
·2 years ago
ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଜୀବନ ଗଲା

ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନଖଣ୍ଡର ତାମଡା ରେଞ୍ଜ ଅନ୍ତର୍ଗତ ଜାମଦର ଗ୍ରାମର ଗୋବରଦରା ସାହିରେ ଜଣେ ଯୁବକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଘଟଣାରୁ ପ୍ରକାଶ ଯେ ଗତକାଲି ରାତିରେ ଗୋବରଦରା ଗ୍ରାମର ଖୁଦରାଏ ମୁଣ୍ଡାରୀ (୪୫)ସେ ନିକଟସ୍ଥ ଜମି ଆଡକୁ ଶୌଚ କରିବା ପାଇଁ ପଦାକୁ ଯାଇଥିବା ବେଳେ ହଠାତ ଜଙ୍ଗଲ ପଟୁ ହାତୀଟି ଆସି ତାଙ୍କୁ ଆକ୍ରମଣ କରିଥିଲା।  ଖୁଦରାଏ ମୁଣ୍ଡାରୀଙ୍କୁ ଶୁଣ୍ଡରେ ଉଠାଇ କଚାଡି ପାଦରେ ଦଳିଦେଇ ମାରି ଦେଇଥିଲା।

 ଫଳରେ ସେଠାକାର ସ୍ଥାନୀୟ ଲୋକେ ଏବଂ ପରିବାର ଲୋକେ ଦେଖିଥିଲେ। ପରେ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର ରେଞ୍ଜର ଓ ଗୁରୁଣ୍ଡିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: