ସଂକୀର୍ଣ୍ଣ ପାଇପରେ ଫସିଥିବା ଯୁବକଙ୍କୁ ଉଦ୍ଧାର କରାଗଲା
·1 year ago

ଅର୍ଗସ ବ୍ୟୁରୋ: ଆଜି ଉଦିତନଗର ସ୍ଥିତ ଜାତୀୟରାଜପଥ 49 କଡରେ ଥିବା ଏକ ସଂକୀର୍ଣ୍ଣ ପାଇପ ମଧ୍ୟରେ ଜଣେ ଯୁବକ ଫସିଯାଇଥିଲେ। ସୂଚନା ପାଇ ପାଳଲହଡା ପୋଲିସ ଓ ଦମକଳ ବାହିନୀ ସମେତ ଓଡ୍ରାଫ ଟିମ ଆସି ଉଦ୍ଧାର ଜାରି ରଖିଥିଲେ I ପାଇପଟି ସଂକୀର୍ଣ୍ଣ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଘଟିଥିଲା।
ଘଟଣା ସ୍ଥଳରେ ପାଲଲହଡ଼ା ଉପଜିଲ୍ଲାପାଳ, SDPO ଓ ଡାକ୍ତର ଟିମ ଉପସ୍ଥିତିରେ ଜେସିବି ମେସିନ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଦୀର୍ଘ 4 ଘଣ୍ଟାର ସଂଘର୍ଷ ପରେ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଫସି ରହିଥିବା ଯୁବକ ଦେବଗଡ଼ ଜିଲ୍ଲା ବାରକୋଟ ଅଞ୍ଚଳର ଝୁଲୁ ସେଠି ବୋଲି ଜଣାପଡିଛି। ସେ ନିଜ ବାପା ମା ଏବଂ ପରିବାର ଲୋକଙ୍କ ସହ ଚିକିତ୍ସା ପାଇଁ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟକୁ ଆସୁଥିବେଳେ ପାଇପରେ ଖସିପଡ଼ିଥିଲେ ଏବଂ ଫସି ଯାଇଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: