Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜଧାନୀରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

Odisha

ରାଜଧାନୀରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

Ritu Das
Browse all articles by Ritu Das
·2 years ago·1 min read
ରାଜଧାନୀରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ଅର୍ଗସ ବ୍ୟୁରୋ: ରାଜଧାନୀରେ ଆଜି ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି। ସାଙ୍ଗର ପ୍ରେମକୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ସାଙ୍ଗର ଜୀବନ ଯାଇଛି। ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ଲକ୍ଷ୍ମୀସାଗର ଥାନା ଚିନ୍ତମଣୀଶ୍ୱରରେ ହୋଇଛି ଏଭଳି ହତ୍ୟାକାଣ୍ଡ । ଭଦ୍ରକ ଅଞ୍ଚଳରୁ ଆସି କ୍ୟାପିଟାଲ ଥାନା କେଶରିନଗରରେ ରହୁଥିବା ଅଞ୍ଜନ କୁମାର ବେହେରାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି।  ତ୍ରିକୋଣୀୟ ପ୍ରେମ ପାଇଁ ହତ୍ୟା କାଣ୍ଡ ହୋଇଥିବା ପୋଲିସର ସୂଚନା। 

ଗତକାଲି ରାତି 2 ଟା ବେଳେ ଅଞ୍ଜନ ଓ ତାଙ୍କ ସାଙ୍ଗ ଗୌତମଙ୍କ ସହ ଚିନ୍ତାମଣିଶ୍ବର ଯାଇଥିଲେ । ଗୌତମ ତାଙ୍କ ପ୍ରେମିକାକୁ ଦେଖା କରିବା ପାଇଁ ଯାଇଥିବା ବେଳେ ହଠାତ ଖବର ପାଇ ପୂର୍ବତନ ପ୍ରେମିକ ପିଙ୍କୁ ଓରଫ କାହ୍ନା ପ୍ରଧାନ ଖଣ୍ଡାରେ ଗୌତମଙ୍କୁ ଆକ୍ରମଣ କରିଥିଲେ। ସାଙ୍ଗକୁ ବଞ୍ଚାଇବାକୁ ଯାଇ ଅଞ୍ଜନ ଖଣ୍ଡା ଚୋଟରେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ଅଞ୍ଜନଙ୍କୁ କ୍ୟାପିଟାଲ ହସପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଏ ନେଇ ଲକ୍ଷ୍ମୀସାଗର ଥାନାରେ ଏକ ହତ୍ୟା ମାମଲା ରୁଜୁ ହେବା ସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A young man was | Argus News