|
logo
Live

Argus News - ବୈତରଣୀରେ ବୁଡ଼ି ଯୁବକ ନିଖୋଜ

Odisha

ବୈତରଣୀରେ ବୁଡ଼ି ଯୁବକ ନିଖୋଜ

Ritu Das
Browse all articles by Ritu Das
·1 year ago·1 min read
ବୈତରଣୀରେ ବୁଡ଼ି ଯୁବକ ନିଖୋଜ

ଅର୍ଗସ ବ୍ୟୁରୋ: ଯୋଡ଼ା ଥାନା କାନପୁର ଡ୍ୟାମ ନିକଟ ବୈତରଣୀ ନଦୀ ପୋଲ ତଳେ ଗାଧୋଉଥିବାବେଳେ ପାଣିରେ ବୁଡ଼ି ଜଣେ  ଯୁବକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକ ହେଉଛନ୍ତି କଣ୍ଡରା ଗାଁର ସଞ୍ଜିତ ନାଏକ । ଆଜି ଦିନ ପ୍ରାୟ ୧ଟା ସମୟରେ ରଞ୍ଜିତ ନିଜର ସାନ ଭାଇ ଓ ଗ୍ରାମର ଅନ୍ୟ କିଛି ଯୁବକଙ୍କ ସହିତ ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ତାଙ୍କ ଗୋଡ଼ ଖସିଯିବା ଫଳରେ ସେ ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ଏନେଇ ଯୋଡ଼ା ପୋଲିସ୍ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । 

ସୂଚନା ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀ ତାଙ୍କୁ ଖୋଜାଖୋଜି କରିଥିଲେହେଁ ଏଯାଏ ସଞ୍ଜିତଙ୍କ ପତ୍ତା ମିଳିପାରିନାହିଁ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି ରଖିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବୈତରଣୀରେ ବୁଡ଼ି ଯୁବକ ନିଖୋଜ | Argus News