Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୁମ୍ବାଇକୁ ଦାଦନ ଖଟିବାକୁ ଯାଇ ଜୀବନ ହାରିଲେ ଯୁବତୀ  

Manini Pattanayak
Browse all articles by Manini Pattanayak
·2 years ago·1 min read
ମୁମ୍ବାଇକୁ ଦାଦନ ଖଟିବାକୁ ଯାଇ ଜୀବନ ହାରିଲେ ଯୁବତୀ  

ସୁନ୍ଦରଗଡ:  ପୁଣି ଦାଦନ ଦୁଃଖ । ମୁମ୍ବାଇକୁ ଦାଦନ ଖଟିବାକୁ ଯାଇ ଜୀବନ ହାରିଲେ ଯୁବତୀ । ଚଳିତ ମାସ ୧୮ ତାରିଖ ଦିନ ମୁମ୍ବାଇର କୁର୍ଲା ଠାରେ ସୁଟକେସରେ ଜଣେ ମହିଳାଙ୍କ ମୃତଦେହ ଠାବ କରିଥିଲା ମୁମ୍ବାଇ ପୋଲିସ । ରାତି ପ୍ରାୟ 12.30 ସମୟରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ସୁଟକେସରୁ  ମୃତଦେହ ଠାବ କରାଯାଇଥିଲା । ପୋଲିସର ତଦନ୍ତ ପରେ ମୃତ ଯୁବତୀ ଲେଫ୍ରିପଡ଼ା ଥାନା ବନ୍ଦଲିକାନି ଅଞ୍ଚଳର ପ୍ରତିମା କିଶପଟ୍ଟା ବୋଲି ଜଡଣାପଡ଼ିଛି।

କିଛି ମାସ ତଳେ ସେ ମୁମ୍ଵାଇ ଦାଦନ ଖଟିବାକୁ ଯାଇ ସେଠାରେ ଜଣକ ଘରେ କାମ କରୁଥିଲେ । ମୃତାଙ୍କ ପାଖରୁ ଠିକଣା ମିଳିବା ପରେ ପୁଲିସ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲା । ଏହାପରେ ପରିବାର ଲୋକେ ମୁମ୍ବାଇ ଯାଇଛନ୍ତି । ତେ‌ବେ ଯୁବତୀଙ୍କ ମୃତ୍ୟୁ କିପରି ହେଲା, ଆଟାଚି ଭିତରେ ମୃତଦେହ କିଏ ରଖିଲା ଜଣାପଡ଼ି ନଥିବାବେଳେ ତଦନ୍ତ ଜାରି ରଖିଛି ମୁମ୍ବାଇ ପୋଲିସ  । 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A young woman lost her life after going to Mumbai for dadan | Argus News