Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫେକ୍ ଆଇଡି କରି ନାବାଳିକାର ଫଟୋ ଭାଇରାଲ କରି ବନ୍ଧା ହେଲେ ଯୁବକ

Banajyotshna Ray
Browse all articles by Banajyotshna Ray
·2 years ago
ଫେକ୍ ଆଇଡି କରି ନାବାଳିକାର ଫଟୋ ଭାଇରାଲ କରି ବନ୍ଧା ହେଲେ ଯୁବକ

ଅର୍ଗସ ବ୍ୟୁରୋ:  ସୋସିଆଲ ମିଡିଆରେ ଫେକ୍ ଆଇ ଡି କରି ନାବାଳିକାର ଫଟୋ ଭାଇରାଲ କରି ବନ୍ଧା ହେଲା ଜଣେ ଯୁବକ। କଟକ ସାଇବର ଓ ଅର୍ଥନୈତିକ ଅପରାଧ ଥାନା କରିଛି ଗିରଫ। ଗିରଫ ଅଭିଯୁକ୍ତ ହେଲା ତୁଳସୀପୁର ବାଉରୀସାହି ଅଞ୍ଚଳର ଦିନେଶ କୁମାର ସେଠୀ। Instagram ରେ ଫେକ ଆଇଡି କରି ନାବାଳିକାର ଫଟୋରେ ଅସଭ୍ୟ ଭାଷା ବ୍ୟବହାର କରି ଭାଇରାଲ୍ କରିଥିଲା ଅଭିଯୁକ୍ତ।

କେବଳ ଏତିକି ନୁହେଁ ନାବାଳିକାକୁ ବ୍ଲାକମେଲ ମଧ୍ୟ କରିଥିଲା ଅଭିଯୁକ୍ତ। କେବଳ ଏହି ଜଣେ ଝିଅ ନୁହେଁ, ୧୦୦ ରୁ ଉର୍ଦ୍ଧ୍ୱ ଝିଅଙ୍କ ନାଁରେ ଏପରି ଫେକ ଆଇ ଡି କରି ସେମାନଙ୍କ ଫଟୋ ଭାଇରାଲ କରିଥିଲା ଅଭିଯୁକ୍ତ ବୋଲି ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଛି। ତା ନିକଟରୁ ଗୋଟିଏ ଫୋନ୍ ମଧ୍ୟ ଜବତ କରାଯାଇଛି ବୋଲି କଟକ ଡିସିପି ପିନାକ ମିଶ୍ରଙ୍କ ସୂଚନା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A youth was arrested after making a fake ID and going viral with a photo of a minor ​ | Argus News