Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Abhijit Majumdar / ଏମ୍ସରୁ ବାହାରିଲା ଅଭିଜିତ୍‌ଙ୍କ ପାର୍ଥିବ ଶରୀର, ପୁରୀ ସ୍ବର୍ଗଦ୍ବାରରେ ହେବ ଅନ୍ତିମ ସଂସ୍କାର

Santosh Kumar Sahoo
Browse all articles by Santosh Kumar Sahoo
·5 months ago·1 min read
ଏମ୍ସରୁ ବାହାରିଲା ଅଭିଜିତ୍‌ଙ୍କ ପାର୍ଥିବ ଶରୀର, ପୁରୀ ସ୍ବର୍ଗଦ୍ବାରରେ ହେବ ଅନ୍ତିମ ସଂସ୍କାର
Abhijit Majumdar

Key Points

ଆଉ ନାହାନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର
ଓଲିଉଡରେ ଶୋକର ଛାୟା
ପୁରୀ ସ୍ବର୍ଗଦ୍ବାରରେ ହେବ ଅନ୍ତିମ ସଂସ୍କାର
ଆଉ ନାହାନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ଏମସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଥିଲେ ଅଭିଜିତ୍‌ । ମୃତ୍ୟୁ ବେଳକୁ ଅଭିଜିତଙ୍କୁ ୫୪ ବର୍ଷ ହୋଇଥିଲା ।

ତେବେ ଏମ୍ସରୁ ଅଭିଜିତ୍‌ଙ୍କ ପାର୍ଥିବ ଶରୀରକୁ କଟକରେ ଥିବା MRR ଷ୍ଟୁଡିଓକୁ ନିଆଯିବ । ସେଠାରୁ ତାଙ୍କୁ ତାଙ୍କ ବାସଭବନକୁ ନିଆଯିବ । ପରେ ତାଙ୍କ ମର ଶରୀରକୁ ପୁରୀ ସ୍ଵର୍ଗଦ୍ୱାର ନିଆଯିବ । ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୪ ତାରିଖ ୨୦୨୫ରେ AIIMSରେ ଭର୍ତ୍ତି ହୋଇଥିଲେ ଅଭିଜିତ । ଚିକିତ୍ସା ପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ୧୦ ନଭେମ୍ବର ୨୦୨୫ରେ ତାଙ୍କୁ ମେଡିସିନ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଚଳିତ ମାସରେ ପୁଣି ତାଙ୍କ ପୁଣି ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଥିଲା । ଚିକିତ୍ସା ଚାଲିଥିଲେ ବି କୌଣସି ଉନ୍ନତି ଆସିନଥିଲା । ଆଜି ସକାଳ ୭ଟା ୪୩ ମିନିଟରେ ହୃଦଘାତ ହୋଇଥିଲା । ଏହାପରେ ତାଙ୍କୁ CPR ଦିଆଯାଇଥିଲା । କିନ୍ତୁ କିଛି କାମ ଦେଇ ନଥିଲା । ଶେଷରେ ସକାଳ ୯ଟା ୨ ମିନିଟରେ ଅଭିଜିତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

୧୯୭୧ ମସିହା ସେପ୍ଟେମ୍ବର ୧୧ରେ ଜନ୍ମଗ୍ରହଣ କରିଥିଲେ ଅଭିଜିତ୍ । ମାତ୍ର ୨୦ ବର୍ଷ ବୟସରେ ସଂଗୀତ ଜଗତରେ ପାଦ ଥାପିଥିଲେ । ସେ ସମ୍ବଲପୁରୀରୁ କ୍ୟାରିୟର ଆରମ୍ଭ କରି ଓଲିଉଡରେ ପାଦ ଥାପିଥିଲେ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସମ୍ବଲପୁରୀ ଆଲବମ୍ `ଦକ୍‌ସି ଗଲା' । ୭ ଶହରୁ ଅଧିକ ଗୀତର ନିର୍ଦ୍ଦେଶନା ଦେଇଥିଲେ । ଅନେକ ଗୀତରେ ତାଙ୍କର କଣ୍ଠଦାନ ମଧ୍ୟ ଦର୍ଶକଙ୍କ ମନ ମୋହିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ollywood Music Director Abhijit Majumdar Passes Away at 54 | Argus News