Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏଥର ପ୍ରତି କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଆଶାବାଦୀ ଏବିଭିପି

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଏଥର ପ୍ରତି କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଆଶାବାଦୀ ଏବିଭିପି

ଅର୍ଗସ ବ୍ୟୁରୋ :  ରାଜ୍ୟରେ ପ୍ରତିଟି କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ହେବ ଏଭଳି ଆଶା ରଖିଛି ଏବିଭିପି। ନୂଆ ସରକାରଙ୍କ ପାଖେ ଏବିଭିପି ଅନୁରୋଧ କରିଛି, ପୂର୍ବ ସରକାର ସମୟରେ ନିର୍ବାଚନ ହେଉ ବୋଲି କୋର୍ଟ ରେ କେସ ମଧ୍ୟ କରିଥିଲା ଏବିଭିପି।  ଦୀର୍ଘ ବର୍ଷ ଧରି ଯେଉଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇ ଛାତ୍ର ନେତୃତ୍ୱ ସୃଷ୍ଟି ଉପରେ ରୋକ ଲଗାଯାଇଥିଲା ସେଭଳି ବ୍ୟବସ୍ଥାକୁ ହଟାଯାଉ। ପୂର୍ବରୁ ଦୁଇ ଦୁଇ ଥର ଉଚ୍ଚ ଶିକ୍ଷା ମନ୍ତ୍ରୀ କ୍ୟାମ୍ପସ ଇଲେକ୍ସନ ହେବା ନେଇ ମଧ୍ୟ ମତ ରଖିଥିଲେ। ସେପଟେ ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବର ଶେଷ ଭାଗକୁ ହୁଏ ତେଣୁ ଉଚ୍ଚ ଶିକ୍ଷା ବିଭାଗର କ୍ୟାଲେଣ୍ଡର ମଧ୍ୟ ଏ ଯାଏ ଆସି ନାହିଁ।

ଅଧିକ ପଢନ୍ତୁ : ଆସନ୍ତା ବର୍ଷ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ

ଆମେ ଆଶାବାଦୀ ଏବଂ ଅପେକ୍ଷା ରଖିଛୁ ସରକାରଙ୍କ ନିଷ୍ପତି ଉପରେ। ବିଦ୍ୟାର୍ଥୀ ପରିଷଦ ଛାତ୍ର ସଂସଦ ନିର୍ବାଚନ ପାଇଁ ୯୦ ପ୍ରତିଶତ ପ୍ରସ୍ତୁତି କରି ସାରିଛି। ଅପେକ୍ଷା କ୍ୟାଲେଣ୍ଡରକୁ। ଯଦି କ୍ୟାଲେଣ୍ଡରରେ ନିର୍ବାଚନ ନେଇ ଆନୁଷ୍ଠାନିକ ଭାବେ ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ ନ ଆସେ ତେବେ ସେ ସମୟରେ ବିଦ୍ୟାର୍ଥୀ ପରିଷଦ ନିଜର ଆଗାମୀ କାର୍ଯ୍ୟ ପନ୍ଥା ଗଣ ମାଧ୍ୟମ ଆଗେ ସ୍ପଷ୍ଟ କରିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ABVP is optimistic about student parliament elections being held in every campus this time | Argus News