ABVP National Executive Meeting / ABVPର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ,ସାରା ଦେଶରୁ ୪୮୪ କାର୍ଯ୍ୟକର୍ତ୍ତା ହେଲେ ସାମିଲ , କଲେଜ କ୍ୟାମ୍ପସରୁ ରାଷ୍ଟ୍ରୀୟ ସୁରକ୍ଷା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା
·12 hours ago·2 min read

Key Points
ABVPର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ
ସାରା ଦେଶରୁ ୪୮୪ କାର୍ଯ୍ୟକର୍ତ୍ତା ହେଲେ ସାମିଲ
କଲେଜ କ୍ୟାମ୍ପସରୁ ରାଷ୍ଟ୍ରୀୟ ସୁରକ୍ଷା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା

ଭୁବନେଶ୍ୱର,୨୯/୫: ଯୁବପିଢ଼ି ନିଯୁକ୍ତି ପଛରେ ନପଡ଼ି କିପରି ନିଯୁକ୍ତିଦାତା ହେବେ ତାକୁ ନେଇ ଆମ ସରକାର କାର୍ଯ୍ୟ କରୁଛନ୍ତି। ଷ୍ଟାର୍ଟଅପ୍ ପ୍ରଦର୍ଶନୀରେ ଛାତ୍ରଛାତ୍ରୀ ସାମିଲ ହୁଅନ୍ତୁ। ଏଥିରେ ଷ୍ଟାର୍ଟଅପ୍ ଇନୋଭେସନ୍କୁ ପ୍ରଦର୍ଶିତ କରନ୍ତୁ । କ୍ୟାମ୍ପସ୍ ସମସ୍ୟାକୁ ସରକାରଙ୍କ ନଜରକୁ ଆଣନ୍ତୁ। କ୍ୟାମ୍ପସ୍ କୁ ରାଷ୍ଟ୍ର ନିର୍ମାଣର କେନ୍ଦ୍ର ବନାନ୍ତୁ । ବାମପନ୍ଥୀ ନେତାମାନେ ଦେଶକୁ ଭାଙ୍ଗିବା ଓ ଯୁବପିଢ଼ିଙ୍କୁ ଭ୍ରମିତ କରିବାକୁ ଏଜେଣ୍ଡା ଚଲାଉଛନ୍ତି। ଏହାକୁ ରୋକିବା ପାଇଁ ହେଲେ ସବୁ ଛାତ୍ରଗୋଷ୍ଠୀକୁ ଠିକ୍ ମାର୍ଗ ଦେଖାଇବାକୁ ହେବ। ଏହି ବୈଠକ ଛାତ୍ରଛାତ୍ରୀଙ୍କୁ ନୂଆ ଦିଶା ଦେଖାଉଛି। ଏଠାରେ ହେବାକୁ ଥିବା ଆଲୋଚନାର ନିଷ୍କର୍ଷ ରାଷ୍ଟ୍ରକୁ ନୂଆ ଦିଶା ଦେବ । ଛାତ୍ର, ଛାତ୍ରନେତାଙ୍କୁ ଆହ୍ବାନ ଦେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ନାଗରିକ ସମ୍ବର୍ଦ୍ଦନା ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ବରେ ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହାଦ୍ଵାରା ଜୀବନଧାରଣର ମାନ ବଦଳୁଛି। ସେବାରୁ ସଶକ୍ତିକରଣ, ସଂକଳ୍ପରୁ ସିଦ୍ଧି ଓ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବାରେ ଆଗେଇଛି ଭାରତ। ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାରେ ନୂଆ ସରକାର ହେବା ପରଠୁ ୧୫ ମାସରେ ୭ ଥର ଆସିଛନ୍ତି। ସେ ଆମକୁ ମାର୍ଗ ଦେଖାଇବା ସହ ଆଶୀର୍ବାଦ ଦେବାକୁ ଆସିଛନ୍ତି। ଜ୍ଞାନ, ଏକତାର ମହାମନ୍ତ୍ରକୁ ନେଇ ରାଷ୍ଟ୍ରନିର୍ମାଣ କ୍ଷେତ୍ରରେ ଲାଗିଛି ଏବିଭିପି। ମାନସିକ ଚାପରୁ ଦୂରେଇ ରହି କିପରି ଯୁବପିଢ଼ି, ଛାତ୍ରଛାତ୍ରୀ ମାନେ ଆଗକୁ ଯିବେ ସେନେଇ ସର୍ବଦା କାର୍ଯ୍ୟ କରୁଛି ଏବିଭିପି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପଢନ୍ତୁ ଏହି ଖବର: ଭୁବନେଶ୍ବରରେ ABVPର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, କଲେଜ କ୍ୟାମ୍ପସ୍ ରୁ ରାଷ୍ଟ୍ରୀୟ ସୁରକ୍ଷା ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ହେଉଛି ଆଲୋଚନା
ଏହି କାର୍ଯ୍ୟକ୍ରମରେ ଏବିଭିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଫେସର ରଘୁରାଜ କିଶୋର ତିଓ୍ବାରୀ କହିଲେ, ଆଜିର ଛାତ୍ର ସମାଜ ସାମାଜିକ ଦାୟିତ୍ଵ ନିଅନ୍ତୁ। ଶିକ୍ଷା କ୍ଷେତ୍ରରେ ଏବିଭିପି ଯେପରି କାର୍ଯ୍ୟ କରୁଛି ସେହିପରି ପରିମାନ ଯୁବକ ଗଢ଼ିବା ମଧ୍ୟ ଲକ୍ଷ୍ୟ ରହିଛି । ରାଷ୍ଟ୍ରୀୟ ମହାମନ୍ତ୍ରୀ ବୀରେନ୍ଦ୍ର ସିଂହ ସୋଲାଙ୍କି କହିଲେ, ଏବିଭିପି, ନକ୍ସଲବାଦର ଅନ୍ତ ହେଉ କିମ୍ବା ଶିକ୍ଷାରେ ବ୍ୟାପ୍ତ ବିକୃତିର ସମାଧାନ ପାଇଁ ରଚନାତ୍ମକ ଆନ୍ଦୋଳନ କରୁଛି। ଏହି ବୈଠକ ଆମକୁ ଆଧ୍ୟାତ୍ମିକ ଭର୍ଜା ଓ ସକାରାତ୍ମକ ଦୃଷ୍ଟିଭଙ୍ଗୀରେ ପ୍ରେରିତ କରିବ।
ଏହି କାର୍ଯ୍ୟକ୍ରମରେ ‘ମହାରାଜା ଖାରବେଳଙ୍କ ନାମରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏଥିରେ ଓଡ଼ିଶାର ଇତିହାସ, ଲୋକପରମ୍ପରା ଏବଂ ଏବିଭିପି ଦ୍ବାରା ସାରା ବର୍ଷ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଛି। ୩୦ ଜଣ ଛାତ୍ରଛାତ୍ରୀଙ୍କ ୧୨୦ ଘଣ୍ଟାର ପରିଶ୍ରମରେ ଏହି ପ୍ରଦର୍ଶନୀ ପ୍ରସ୍ତୁତ ହୋଇଛି I ପ୍ରଦର୍ଶନା ନିର୍ମାଣରେ ଅବଦାନ ରଖିଥିବା ସମସ୍ତ କାର୍ଯ୍ୟକର୍ଭଙ୍କୁ ଓ ସେମାନଙ୍କ ମାର୍ଗଦର୍ଶକମାନଙ୍କୁ ସମ୍ମାନିତ କରାଯାଇଛି। ଛାତ୍ର ସଦେଶ ପୁସ୍ତକ ଲୋକାର୍ପିତ ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories