Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମମିତାଙ୍କୁ ନ୍ୟାୟ ଦାବିରେ ଏବିଭିପିର ବିକ୍ଷୋଭ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ମମିତାଙ୍କୁ ନ୍ୟାୟ ଦାବିରେ ଏବିଭିପିର ବିକ୍ଷୋଭ

ଅର୍ଗସ ବ୍ୟୁରୋ : ଦେଶ  ୭୮ତମ ସ୍ୱାଧୀନତା ଦିବସ ପାଳନ କରିଛି। ହେଲେ ପ୍ରଶ୍ନ ଉଠୁଛି ଯେ ଏହି ଦେଶ ର ସ୍ୱାଧୀନତା କେବଳ କଣ ପୁରୁଷ ଙ୍କ ପାଇଁ? ପଶ୍ଚିମବଙ୍ଗ ର ସନ୍ଦେଶଖାଲି ରେ ମହିଳା ମାନଙ୍କ ଉପରେ ଯେଉଁଭଳି ଅତ୍ୟାଚାର ଚାଲିଥିଲା ସେ ସମ୍ପର୍କ ରେ ଆମେ ସମସ୍ତେ ଅବଗତ। ବର୍ତମାନ ଆର. ଜି. କର ମେଡିକାଲ କଲେଜ ରେ ରାତି ଅଧ ରେ ଜଣେ ସ୍ନାତକତୋରା ଛାତ୍ରୀ ତଥା ଡାକ୍ତର ଙ୍କୁ ଯେଉଁଭଳି ଭାବେ ନିର୍ମମ ଭାବେ ବଳାତ୍କାର ପରେ ହତ୍ୟା କର ଯାଇଛି ତାହା ଅତ୍ୟନ୍ତ ନିନ୍ଦନୀୟ ବିଷୟ।

ଅଧିକ ପଢନ୍ତୁ : କାଠଗଡ଼ାରେ ମମତା ସରକାର , ନ୍ୟାୟ ନ ମିଳିବାରୁ ହାହାକାର

ଏହି ପରିପ୍ରେକ୍ଷୀ ରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ସମଗ୍ର ଦେଶବ୍ୟାପି ଆନ୍ଦୋଳନ ଜାରି ରଖିଛି। ଖୋର୍ଦ୍ଧା ଜିଲ୍ଲା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ଯାମ୍ପସ ଶାଖା ଆନୁକୂଲ୍ଯରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏହି ଘଟଣା କୁ ଘୋର ନିନ୍ଦା କରିଛନ୍ତି। ଛାତ୍ରଛାତ୍ରୀ ମାନେ ମହମବତୀ ଧରି ଶୋକ ମନାଇବା ସହ ପି ଏନ କଲେଜ ମୁଖ୍ୟ ଫାଟକ ଠାରେ ମୌମିତା ଙ୍କୁ ନ୍ୟାୟ , ସଠିକ ତଦନ୍ତ ଦାବି କରିଥିଲେ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ABVP protests demanding justice for Mamita | Argus News