Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପରିଚାଳନା କମିଟିର ବୈଠକରେ ନିଷ୍ପତ୍ତି; ନାଟମଣ୍ଡପରେ ଲାଗିବ AC

Smruti Parija
Browse all articles by Smruti Parija
·1 year ago·2 min read
ପରିଚାଳନା କମିଟିର ବୈଠକରେ ନିଷ୍ପତ୍ତି; ନାଟମଣ୍ଡପରେ ଲାଗିବ AC

ପୁରୀ: ପରିଚାଳନା କମିଟିର ବୈଠକ ଶେଷ । ଦୀର୍ଘ 4 ଘଣ୍ଟାରୁ ଉର୍ଦ୍ଧ୍ବ ଚାଲିଥିଲା ବୈଠକ । ଶ୍ରୀମନ୍ଦିର ବଜେଟ୍ 2024-25 ଆର୍ଥିକ ବର୍ଷର 413 କୋଟି ଟଙ୍କାର ବ୍ୟୟ ଅଟକଳ । 103 କୋଟି ଟଙ୍କାର ବଳକା ବଜେଟ୍ । ରାଜ୍ୟ ସରକାର 500 କୋଟି ଟଙ୍କାର କର୍ପସ ଫଣ୍ଡ୍ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା ହୋଇଛି । 

ଜିଲ୍ଲାପାଳ,ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେବା ସମ୍ପୃକ୍ତ ନିଯୋଗ ସହ କଥା ହେବେ । ନାଟମଣ୍ଡପରୁ ଆଲମିରା କଢାଯିବ । ମହିଳା,ଛୋଟ ଶିଶୁ,,ବୃଦ୍ଧ ବୃଦ୍ଧା ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା । ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରାଯିବ । ନୀତି ଶୃଙ୍ଖଳିତ ହେବା ଉପରେ ଆଲୋଚନା ହେବ । ନିୟମିତ ହେବ ନୀତି ସବକମିଟି ବୈଠକ । ପ୍ରତ୍ୟେକ ମାସରେ ଅନୁଷ୍ଠିତ ହେବ ନୀତି ସବ କମିଟି ବୈଠକ । ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଏଫ୍ ଏମ୍ ଚ୍ୟାନେଲ ହେବ । ସେବାୟତ କଲ୍ୟାଣ ଉପରେ ଆଲୋଚନା । ସେବକଙ୍କ ପରିବାର ପିଲାଙ୍କ ପାଇଁ ବୃତ୍ତି, ଖେଳ କୁଦରେ ସମ୍ପୃକ୍ତ ପିଲାଙ୍କ ପାଇଁ ପ୍ରୋତ୍ସାହନ। ଜମିଜମା ସମସ୍ୟା ନେଇ ଓରସାକ୍ ସହାୟତାରେ ହେବ ସମାଧାନ। 

ପହଣ୍ଡି ଅଘଟଣ ପ୍ରସଙ୍ଗ। ଘଟଣାକୁ ନେଇ ଦୁଖଃ ପ୍ରକାଶ କଲେ ପରିଚାଳନା କମିଟି। ତିନିଜଣିଆ କମିଟିର ରିପୋର୍ଟ ପ୍ରଦାନ। ପୁଣିଥରେ ପହଣ୍ଡି ବିଭ୍ରାଟର ଭିଡିଓ ଦେଖାଯିବ । ଘଟଣାର ପୁନରାବୃତ୍ତି କିଭଳି ନହେବ ସେନେଇ ଆଲୋଚନା ହେଲା । ତଦନ୍ତ ରିପୋର୍ଟ ଅସମ୍ପୂର୍ଣ୍ଣ ବୋଲି କହିଲେ ପରିଚାଳନା କମିଟି । ପୁର୍ନବାର ପୁଙ୍ଖାନୁପୁଙ୍ଖ ଆଲୋଚନା କରି କେଉଁମାନେ ଦାୟୀ କୁହାଯିବ । ପହଣ୍ଡି ସୁପରିଚାଳନା ନେଇ 9ଟି ବିନ୍ଦୁ ଉପରେ ହୋଇଥିଲା ଆଲୋଚନା । ବାଡଗ୍ରାହୀ ନିର୍ଦ୍ଧାରଣ କରିବେ ରଥ ଉପରେ କେତେଜଣ ସେବକ ରହିବେ । ଜିଲ୍ଲାପାଳ ଏସପିଙ୍କୁ ନେଇ କମିଟି ଗଠନ ହେବ । ଛାଟେଣୀ ଭଲକରି ବାନ୍ଧିବାକୁ ଆଲୋଚନା ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ac-to-be-installed-in-natamandap-decesion-taken-by-parichalana-committee | Argus News