ଏସି ଟନେଲର ଇଲେକ୍ଟ୍ରି ବିଲ୍ 14 ଲକ୍ଷ ଭରିବ ବିଲ୍ କିଏ ?
·2 years ago·1 min read

ପୁରୀ: କିଏ ଭରିବ 14 ଲକ୍ଷ ଟଙ୍କାର ଇଲେକ୍ଟ୍ରି ବିଲ୍। ଶ୍ରୀମନ୍ଦିର ପ୍ରଶାସନ ନା ପୁରୀ ଜିଲ୍ଲା ପ୍ରଶାସନ ଉଠିଲା ଦ୍ବନ୍ଦ୍ବ। ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ଲାଗି କରାଯାଇ ଥିବା ଏସି ଟନେଲର ଇଲେକ୍ଟ୍ରି ବିଲ୍ 14 ଲକ୍ଷ ଟଙ୍କା ଆସିଛି। ଏତେ ବିଲ୍ ଆସିବା ପରେ ଏହାକୁ ନେଇ ସେବାୟତ ମହଲରେ ଦେଖାଦେଇଛି ଅସନ୍ତୋଷ। ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରର ବିଲ୍ ଛାଡ଼ କରିବାକୁ ସରକାରଙ୍କୁ ଦାବି କରିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର।
ଯଦି ସରକାର ଏହି ଦାବି ପୂରଣ ନକରନ୍ତି ତେବେ ଆଗାମୀ ରଥଯାତ୍ରା ସମ୍ମନ୍ବୟ କମିଟି ବୈଠକରେ ଏହି ପ୍ରସଙ୍ଗ ଉଠାଇବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ପୁରୀ ବିଧାୟକ ମଧ୍ୟ ଏହାକୁ ନେଇ ପ୍ରକାଶ କରିଛନ୍ତି ଗଭୀର ଅସନ୍ତୋଷ। ସେପଟେ ଶ୍ରୀମନ୍ଦିର ପ୍ରଶାସନ ଏସି ଟନେଲରେ ସୋଲାର ପ୍ୟାନେଲ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ଟାଟା ପାୱାରର ଏତେ ପରିମାଣର ଇଲେକ୍ଟ୍ରିବିଲର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: