|
logo
Live
Argus News App
GET APP

Argus News - ଖୋଲାହେଲା ଏସି ଟନେଲ, ହଟିଲା ବ୍ୟାରିକେଡ୍

Odisha

ଖୋଲାହେଲା ଏସି ଟନେଲ, ହଟିଲା ବ୍ୟାରିକେଡ୍

Smruti Parija
Browse all articles by Smruti Parija
·1 year ago·1 min read
ଖୋଲାହେଲା ଏସି ଟନେଲ, ହଟିଲା ବ୍ୟାରିକେଡ୍

ପୁରୀ:  ଖୋଲାହେଲା ଏସି ଟନେଲ । ହଟିଲା ବ୍ୟାରିକେଡ୍ । ପୂର୍ବ ନିଷ୍ପତ୍ତି ମୁତାବକ ରଥ ନିର୍ମାଣ ପାଇଁ ଏସି ଟନେଲକୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା । ଏସି ଟନେଲ ଖୋଲାହେବା ପରେ ବଡଦାଣ୍ଡର ଅବସ୍ଥା ଅତି ସଙ୍ଗୀନ୍ ହୋଇପଡିଛି । ତେବେ ଭକ୍ତମାନେ ବର୍ତ୍ତମାନ ମଧ୍ୟ ସିଂହଦ୍ଵାର ଓ ପଶ୍ଚିମଦ୍ୱାର ଦେଇ ପ୍ରବେଶ କରୁଥିବା ବେଳେ ଲମ୍ବା ଲାଇନ୍ ଯୋଗୁଁ ଭକ୍ତମାନେ ଯମଯନ୍ତ୍ରଣା ଭୋଗୁଛନ୍ତି ।

ବିଜେପି ସରକାରକୁ ଆସିଲେ ଶ୍ରୀମନ୍ଦିର ଚାରି ଦୁଆର ଖୋଲିଯିବ ବୋଲି କୁହାଯାଇଥିଲା । ତେବେ ଏନେଇ ଆରମ୍ଭ ହୋଇଛି ଚାରିଦ୍ବାର ଖୋଲିବା ପ୍ରକ୍ରିୟା । ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର 6 ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର 4 ଦ୍ୱାର ଖୋଲିବାକୁ ଘୋଷଣା କରିଛି ବିଜେପି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆସନ୍ତା ଜୁଲାଇ 7 ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ ରଥଖଳାରେ ରଥନିର୍ମାଣ କାର୍ଯ୍ୟ ବେଶ୍ ଦ୍ରୁତଗତିରେ ଆଗେଇ ଚାଲିଛି। ମହାରଣା,ଭୋଇ,ରୂପକାର ସେବାୟତଙ୍କ ସମନ୍ୱୟରେ ବିଶ୍ୱନୀୟନ୍ତାଙ୍କ ତିନିରଥର କାମ ଆଗେଇ ଚାଲିଛି। ତେବେ ତିନିରଥର ସମୁଦାୟ 42ଟି ଚକ ଓ 21ଟି ଅଖ କାର୍ଯ୍ୟ ଶେଷ ହୋଇଛି। ବର୍ତ୍ତମାନ ରଥଖଳାରେ ଦଣ୍ଡା କାମ ଚାଲିଛି ଯାହାକି ରଥର ଫାଉଣ୍ଡେସନ କାର୍ଯ୍ୟ । ପାଞ୍ଚଦଣ୍ଡା  ଚଉପଟ କରାଯାଇ ଆଗପଛ ମୁହାଁଟି ସଲଗ୍ନ କରାଯିବ।  ପୂର୍ବରୁ ମୁହାଁଟିରେ ବିନ୍ଧ ହୋଇଛି । 

ରଥଚାଳିରେ ଗରଗରା ଓ ଚାରି ନାହାକା କାର୍ଯ୍ୟ ଚାଲିଛି । ଗରଗରା କାମ ଶେଷ ହୋଇଥିବା ବେଳେ,ଚାରି ନାହାକାରୁ ତିନୋଟି ନାହାକାର କାମ ସରିଛି। ତେବେ ଆସନ୍ତା ଶୀତଳଷଷ୍ଠୀ ପରଦିନ ସମସ୍ତ ଚକ ଅଖ ଡେରାଯିବାକୁ ଥିବାବେଳେ ସ୍ନାନପୂର୍ଣ୍ଣିମା ପୂର୍ବରୁ ଚାରିନାହାକା ତିନି ରଥ ଉପରକୁ ଉଠାଯିବ ବୋଲି ମହାରଣା ସେବାୟତ କହିଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ଖୋଲାହେଲା ଏସି ଟନେଲ, ହଟିଲା ବ୍ୟାରିକେଡ୍ | Argus News