Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସ୍କୁଟିରେ ଯାଉଥିଲେ ଦମ୍ପତି, ଚଢିଗଲା ଟ୍ରକ

Odisha

ସ୍କୁଟିରେ ଯାଉଥିଲେ ଦମ୍ପତି, ଚଢିଗଲା ଟ୍ରକ

Smruti Parija
Browse all articles by Smruti Parija
·2 years ago·1 min read
ସ୍କୁଟିରେ ଯାଉଥିଲେ ଦମ୍ପତି, ଚଢିଗଲା ଟ୍ରକ

ମୟୂରଭଞ୍ଜ: ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲେଇରେ ଦୁର୍ଘଟଣା । ସ୍କୁଟି ଉପରେ ଚଢ଼ିଲା ଟ୍ରକ । ଫଳରେ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛନ୍ତି । ସକାଳ ପ୍ରାୟ ୧୦ ଟା ସମୟରେ ଉଦଳା ପଟୁ ଏକ OD02BU0428 ନମ୍ବର ବିଶିଷ୍ଟ ଟ୍ରକ ଆସି OD33W1280 ନମ୍ବର ଥିବା ଏକ ସ୍କୁଟି ଉପରକୁ ମାଡି ଯାଇଥିଲା । 

ସୂଚନା ମୁତାବକ କୁଳିଅଣା ଥାନା ଅଞ୍ଚଳର ଜଣେ ଦମ୍ପତ୍ତି ବାରିପଦା ହସ୍ପିଟାଲକୁ ଜଣେ ବନ୍ଧୁଙ୍କୁ ଦେଖା କରିବାକୁ ଆସିଥିଲେ। ତେବେ ହସ୍ପିଟାଲ ଯିବା ପୂର୍ବରୁ କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ଥିବା ହନୁମାନ ମନ୍ଦିରରେ ପୂଜା କରିବାକୁ ଯାଇଥିଲେ । ପୂଜା ସାରି ଫେରୁଥିବା ସମୟରେ ଏକ ଟ୍ରକ ଭାରସାମ୍ୟ ହରାଇ ସ୍କୁଟି ଉପରକୁ ମାଡି ଯାଇଥିଲା । 

ତେବେ ଏହି ଘଟଣାରେ ସ୍ୱାମୀ ବର୍ତ୍ତି ଯାଇଥିବା ବେଳେ ସ୍ତ୍ରୀ ମିଶି ସ୍ୱପ୍ନା ଗୁରୁତର ହୋଇ ବାରିପଦାର ପିଆରଏମ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ବାରିପଦା ଟାଉନ୍ ଥାନା ପୋଲିସ ଟ୍ରକ ଡ୍ରାଇଭରଙ୍କୁ ଅଟକ ରଖିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Accident at Krishnachandra Golei in Baripada | Argus News