Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏମ୍ଏସପି ପ୍ଲାଣ୍ଟରେ ଦୁର୍ଘଟଣା: ବର୍ଣ୍ଣିଫିକେସନ୍ ପ୍ଲେଟ ପଡ଼ି ୨ ମୃତ

Odisha

ଏମ୍ଏସପି ପ୍ଲାଣ୍ଟରେ ଦୁର୍ଘଟଣା: ବର୍ଣ୍ଣିଫିକେସନ୍ ପ୍ଲେଟ ପଡ଼ି ୨ ମୃତ

Ritu Das
Browse all articles by Ritu Das
·1 year ago
ଏମ୍ଏସପି ପ୍ଲାଣ୍ଟରେ ଦୁର୍ଘଟଣା: ବର୍ଣ୍ଣିଫିକେସନ୍ ପ୍ଲେଟ ପଡ଼ି ୨ ମୃତ

ଅର୍ଗସ ବ୍ୟୁରୋ: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଏମ୍ଏସପି ପ୍ଲାଣ୍ଟରେ ପୁଣି ଦୁର୍ଘଟଣା ଘଟିଛି। ଆଜି ଦିନ ପ୍ରାୟ ୧୧ଟା ବେଳେ ବ୍ଲାଷ୍ଟ ଫର୍ଣ୍ଣାସ ନିକଟରେ ଥିବା ବର୍ଣ୍ଣିଫିକେସନ୍ ପ୍ଲେଟ ଖସି ପଡ଼ିବାରୁ ତଳେ କାର୍ଯ୍ୟରତ କର୍ମଚାରୀ ମାନେ ଏଥିରେ ଫସି ଯାଇଥିଲେ। ସହକର୍ମୀଙ୍କ ଦ୍ଵାରା ୬ ଜଣଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ଲେଟ ତଳେ ଫସିଥିବା ଅନ୍ୟ ୨ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେସନ ଚାଲିଥିବା ବେଳେ ୨ ମୃତଦେହ ଉଦ୍ଧାର ହୋଇଛି। 

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିବାବେଳେ କର୍ମଚାରୀଙ୍କ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଉଲ୍ଲେଖ ଯୋଗ୍ୟ, ମାସକ ତଳେ ଏହି କାରଖାନାରେ ଗ୍ୟାସ ଲିକ୍ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Accident at | Argus News