Accident Free Corridor / ସଡ଼କ ଦୁର୍ଘଟଣା କମାଇବା ପାଇଁ ସରକାରଙ୍କ ନୂଆ ପଦକ୍ଷେପ, ନିର୍ମାଣ ହେବ ଆକ୍ସିଡେଣ୍ଟ ଫ୍ରି କରିଡ଼ର
·2 months ago·2 min read

Key Points
ସଡ଼କ ଦୁର୍ଘଟଣା କମାଇବା ପାଇଁ ସରକାରଙ୍କ ନୂଆ ପଦକ୍ଷେପ
ନିର୍ମିତ ହେବ ଆକ୍ସିଡେଣ୍ଟ-ଫ୍ରି ଏବଂ ଫାଟାଲିଟି-ଫ୍ରି କରିଡର
ବ୍ଲାକ ସ୍ପଟ ଅଞ୍ଚଳ ଚିହ୍ନଟ କରି ସେଗୁଡ଼ିକର ସ୍ଥାୟୀ ସମାଧାନ କରାଯିବ
ପୁର୍ତ୍ତମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନଙ୍କ ସୁଚନା

ଭୁବନେଶ୍ବର,୦୯/୦୭: ଓଡ଼ିଶାରେ ନିର୍ମିତ ହେବ ଆକ୍ସିଡେଣ୍ଟ-ଫ୍ରି ଏବଂ ଫାଟାଲିଟି-ଫ୍ରି କରିଡର। ରାଜ୍ୟରେ ସଡ଼କ ଦୁର୍ଘଟଣା କମାଇବା ପାଇଁ ସରକାରଙ୍କ ନୂଆ ପଦକ୍ଷେପ । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା ସମ୍ପର୍କିତ ପରାମର୍ଶକୁ ଆଧାର କରି ଦୁର୍ଘଟଣା ପ୍ରବଣ ସ୍ଥାନ ବା ବ୍ଲାକ ସ୍ପଟ ଅଞ୍ଚଳ ଚିହ୍ନଟ କରି ସେଗୁଡ଼ିକର ସ୍ଥାୟୀ ସମାଧାନ ଉପରେ କାମ କରାଯିବ। ଏଥିପାଇଁ ଖୁବ ଶୀଘ୍ର ଜାତୀୟ ଓ ଆନ୍ତର୍ଜାତୀୟ ବିଶେଷଜ୍ଞମାନଙ୍କୁ ନେଇ ଏକ ୱାର୍କଶପ୍ ଆୟୋଜନ କରାଯିବ। ୱାର୍କଶପ୍ରେ ଟେକ୍ନୋଲୋଜି ଶେୟରିଂ ସହ ଆଧୁନିକ ସଡ଼କ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହେବ। ଏହାର ପ୍ରସ୍ତୁତି ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୱର୍କସ୍ ବାଣିଜ୍ୟ ଓ ପରିବହନ ବିଭାଗ, ପରିବହନ କମିଶନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପରବର୍ତୀ ସମୟରେ ୱାର୍କଶପ୍ର ସୁପାରିଶ ଆଧାରରେ ପର୍ଯ୍ୟାୟକ୍ରମେ ରାଜ୍ୟରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବ୍ଲାକ୍ ସ୍ପଟ ସଂଶୋଧନ, ସ୍ପିଡ୍ ମ୍ୟାନେଜମେଣ୍ଟ, ଆକ୍ସେସ୍ କଣ୍ଟ୍ରୋଲ୍, ସର୍ଭିସ୍ ରୋଡ୍ ଭଳି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାରକୁ ଉଲ୍ଲେଖନୀୟ ଭାବେ କମାଇବା ହେଉଛି ସରକାରଙ୍କ ଲକ୍ଷ୍ୟ।
ସଚେତନତା ଅଭାବରୁ ଦିନକୁ ଦିନ ସଡ଼କ ଦୁର୍ଘଟଣା ଘଟୁଛି। ଦ୍ରୁତ ଗତିରେ ଗାଡ଼ି ଚଳାଇବା, ହେଲ୍ମେଟ୍ ପରିଧାନ ନ କରିବା, ଟ୍ରାଫିକ୍ ନିୟମ ନ ମାନିବା ଏବଂ ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ଅନେକ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନି ଘଟୁଛି । ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଏବଂ ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଗାମୀ ଦିନରେ ଏକ ଦୁଇଦିନିଆ କର୍ମଶାଳା ହେବ । ଏହି ପରିପ୍ରେକ୍ଷୀରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପଢନ୍ତୁ ଏହି ଖବର: ପରିବହନ ବିଭାଗର ତରବରିଆ ଚାଲାଣ କାଟିବା ନିଶା,କାର୍ ନାଁରେ ଆସିଲା ବାଇକ୍ ଚାଲାଣ
ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦୁର୍ଘଟଣାର ସ୍ଥିତି, ଦୁର୍ଘଟଣାର କାରଣ ଏବଂ ଏହାକୁ କମ୍ କରିବା ଦିଗରେ କ’ଣ ସବୁ ପଦକ୍ଷେପ ନିଆଯାଇପାରିବ ସେଥି ନେଇ ଆଲୋଚନା ହୋଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ ସହ ଏହାର ସଠିକ୍ ପରିଚାଳନା, ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଉନ୍ନତ ତଥା ଦୁର୍ଘଟଣାମୁକ୍ତ ରାସ୍ତା ନିର୍ମାଣ, ଜାତୀୟ ରୋଡ୍ କଂଗ୍ରେସ୍ ମାର୍ଗଦର୍ଶିକା ଅନୁସାରେ ପାଦଚଲା ରାସ୍ତା ନିର୍ମାଣ ଏବଂ ବିଭିନ୍ନ ବିଭାଗ ସମନ୍ୱୟରେ ଜିଲ୍ଲାୱାରୀ ସଡ଼କ ଦୁର୍ଘଟଣା ହ୍ରାସ ଲାଗି ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ରାସ୍ତା କଡ଼ରେ ଭାରିଯାନ ରହିବା ସ୍ଥାନ ଏବଂ ୱେ-ସାଇଡ୍ ଆମିନିଟିଜ୍ ନିର୍ମାଣ ସହ ଦୁର୍ଘଟଣାପ୍ରବଣ ଅଞ୍ଚଳରେ ଆମ୍ବୁଲାନ୍ସ ରହଣି ନେଇ ବ୍ୟବସ୍ଥା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ କେବଳ ଫିଟନେସ ନୁହେଁ ପଞ୍ଜିକରଣ, ପରମିଟ୍ କିମ୍ବା ବୀମା ନିୟମ ଉଲ୍ଲଙ୍ଘନ କ୍ଷେତ୍ରରେ ମଧ୍ୟ କଡ଼ା ଆଭିମୁଖ୍ୟ ପୋଷଣ କରିବା ପାଇଁ ସବୁ RTO କୁ ନିର୍ଦେଶ ଦେଇଛି ପରିବହନ ବିଭାଗ। ଗତ ଏପ୍ରିଲ ୧ ରୁ ଜୁନ ୩୦ ଭିତରେ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ଚଢ଼ାଉ କରିଥିଲା ପରିବହନ ବିଭାଗ। ଏହି ସମୟରେ ୧,୬୪,୮୮୨ ଚାଲାଣ କଟି ଥିବା ବେଳେ ମାତ୍ର ୪୨୮ ଟି ଗାଡ଼ି ଜବତ ହୋଇଥିଲା। ନିୟମ ଉଲଂଘନ କାରୀ ଗାଡି ଗୁଡ଼ିକ ନା ଚାଲାଣ ଭରୁଛନ୍ତି ନା ଫିଟନେସ ଓ ଇନ୍ସୁରାନ୍ସ କରୁଛନ୍ତି।
Related Topics
Explore more stories