Wrong Challan / ପରିବହନ ବିଭାଗର ତରବରିଆ ଚାଲାଣ କାଟିବା ନିଶା,କାର୍ ନାଁରେ ଆସିଲା ବାଇକ୍ ଚାଲାଣ
·1 hour ago·2 min read

Key Points
କାର୍ ନାଁରେ ଆସିଲା ବାଇକ୍ ଚାଲାଣ
ପରିବହନ ବିଭାଗର ଅଜବ କାରନାମା
ଗାଡ଼ି ଭଦ୍ରକରେ, କାର୍ ନମ୍ବରରେ ବାଇକ୍ର ଫାଇନ୍ ପଠାଇଲା ନୟାଗଡ଼ ଆରଟିଓ
ବିନା ଯାଞ୍ଚରେ ୫ ହଜାର ଟଙ୍କାର ଜରିମାନା, ପଦାରେ ପଡ଼ିଲା ଦାୟିତ୍ୱହୀନତା

ଭଦ୍ରକ,୦୮/୦୭: ପରିବହନ ବିଭାଗର ତରବରିଆ ଭାବେ ଚାଲାଣ କାଟିବା ନିଶା ଯୋଗୁଁ ଏବେ ସାଧାରଣ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି । ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରର ଆରଡ଼ି ଛକ ନିକଟରେ ରହୁଥିବା କ୍ଷିତୀଶ ସାମନ୍ତ ବେହେରାଙ୍କ କ୍ଷେତ୍ରରେ । ତାଙ୍କର ଚାରିଚକିଆ କାର୍ ନମ୍ବରରେ ଏକ ଦୁଇଚକିଆ ବାଇକ୍ର ଟ୍ରାଫିକ୍ ଫାଇନ୍ ଆସିଛି, ତାହା ପୁଣି ନୟାଗଡ଼ ଜିଲ୍ଲାରୁ ।
ବାଇକ୍ ଚଲାଇବା ସମୟରେ ମୋବାଇଲ୍ରେ କଥା ହେବା ଅଭିଯୋଗରେ ତାଙ୍କ ନାଁରେ ୫ ହଜାର ଟଙ୍କାର ଏହି ମୋଟା ଅଙ୍କର ଚାଲାଣ କଟାଯାଇଛି । ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ କ୍ଷିତୀଶଙ୍କ ମୋବାଇଲ୍ ଫୋନ୍କୁ ନୟାଗଡ଼ ପରିବହନ ବିଭାଗ ତରଫରୁ ଏକ ଫାଇନ୍ ନୋଟିସ୍ ଆସିଥିଲା । OD-02CA-1742 ନମ୍ବର ବିଶିଷ୍ଟ ଗାଡ଼ିରେ ବାଇକ୍ ଚଳାଇବା ବେଳେ ଫୋନ୍ରେ କଥା ହେବା ଅପରାଧ ପାଇଁ ମୋଟର ଯାନ ଆକ୍ଟ (MV Act) ୧୮୪ (ସି) ଅନୁଯାୟୀ ଏହି ଜରିମାନା କରାଯାଇଥିବା ନୋଟିସ୍ରେ ଉଲ୍ଲେଖ ଥିଲା । ଏହି ଚାଲାଣ ଦେଖି କ୍ଷିତୀଶ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
କ୍ଷିତୀଶଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ନମ୍ବରଟି ତାଙ୍କ ନିଜ କାର୍ର । ଯେଉଁ ସମୟରେ ଏହି ଚାଲାଣ କଟିଛି, ସେତେବେଳେ ତାଙ୍କ କାର୍ଟି ଭଦ୍ରକରେ ହିଁ ଥିଲା । କାର୍ ଭଦ୍ରକରେ ଥିବା ବେଳେ ନୟାଗଡ଼ ଆରଟିଓ କେଉଁ ଆଧାରରେ ଏବଂ କେମିତି ସେହି ନମ୍ବରରେ ବାଇକ୍ର ଚାଲାଣ କାଟିଲା, ତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୌଣସି ପ୍ରକାରର ଯାଞ୍ଚ ନକରି ପରିବହନ ବିଭାଗର ଏପରି ଦାୟିତ୍ୱହୀନ କାର୍ଯ୍ୟାନୁଷ୍ଠାନକୁ ସେ ତୀବ୍ର ସମାଲୋଚନା କରିଛନ୍ତି ଏବଂ ତୁରନ୍ତ ଏହି ଭୁଲ୍ ଚାଲାଣକୁ ରଦ୍ଦ କରି ଘଟଣାର ସମାଧାନ ପାଇଁ ଦାବି କରିଛନ୍ତି ।
ସେପଟେ ଆଜି ଦ୍ବିତୀୟ ଦିନରେ ଗାଡିର ଫିଟନେସ ଯାଞ୍ଚ କଡ଼ାକଡ଼ି କରାଯାଉଛି। ଗତ ୨ ଦିନରେ ୩୦୫୭ଟି ଗାଡ଼ି ଯାଞ୍ଚ କରିଛି ଆରଟିଓ। ବିନା ଫିଟନେସ ଓ ପଞ୍ଜୀକରଣ ପାଇଁ ୪୭୮ ଗାଡ଼ିକୁ ଇ-ଚାଲାଣ ଜାରି। ବିନା ପରମିଟ ପାଇଁ ୬୫ ଓ ଉଭୟ ନିୟମ ପାଇଁ ୧୭୨ ଗାଡ଼ିକୁ ଚାଲାଣ କରାଯାଇଛି।
ପଢନ୍ତୁ ଏହି ଖବର: ରଥଯାତ୍ରାରେ ସୁରକ୍ଷା ନେଇ ବଡ଼ ବ୍ୟବସ୍ଥା, ନିୟୋଜିତ ହେବେ ୧୨ ହଜାର ପୋଲିସ
ସଡ଼କ ଦୁର୍ଘଟଣା ହ୍ରାସ ତଥା ସମସ୍ତ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଅଭ୍ୟାସଗତ ନିୟମ ଉଲ୍ଲଂଘନକାରୀ ଓ ସଡ଼କ ସୁରକ୍ଷା ନିୟମ ପାଳନକୁ ନେଇ ଗୁରୁତର ତ୍ରୁଟି କରୁଥିବା ଗାଡ଼ିଗୁଡ଼ିକ ଉପରେ ଏବେ କେବଳ ଜରିମାନାରେ ସୀମିତ ରଖାଯିବନି, ଗାଡ଼ିଗୁଡ଼ିକୁ ଜବତ କରାଯିବ ବୋଲି ଆଜି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏ ସଂକ୍ରାନ୍ତରେ ସମସ୍ତ ଆର୍ଟିଓ, ଏଆର୍ଟିଓ ଓ ଏନ୍ଫୋର୍ସମେଣ୍ଟ ଅଧିକାରୀମାନଙ୍କୁ ଅବଗତ କରାଇ ଦିଆଯାଇଛି।
ଗତ ଏପ୍ରିଲ ପହିଲାରୁ ଜୁନ୍ ୩୦ ତାରିଖ ମଧ୍ୟରେ ହୋଇଥିବା ଏନ୍ଫୋର୍ସମେଣ୍ଟ କାର୍ଯ୍ୟର ସମୀକ୍ଷାରୁ ଜଣାପଡ଼ିଛି, ନିୟମ ଉଲ୍ଲଂଘନ କରି ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ବିରୋଧରେ ମୋଟର ଯାନ ଆଇନର ଧାରା ୧୯୨ ଅଧୀନରେ ଅନେକ ଚାଲାଣ ଜାରି ହୋଇଥିଲେ ସୁଦ୍ଧା ଧାରା ୨୦୭ ଅନୁଯାୟୀ ଗାଡ଼ି ଜବତ ସଂଖ୍ୟା କମ୍ ରହିଛି। ଏହି ସମୟରେ ସାରା ରାଜ୍ୟରେ ୧ ଲକ୍ଷ ୬୪ ହଜାର ୮୮୨ ଚାଲାଣ ଜାରି ହୋଇଥିବା ବେଳେ ମାତ୍ର ୪୨୮ଟି ଗାଡ଼ି ଜବତ ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories