Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା; 4 ମୃତ, 11 ଗୁରୁତର

Odisha

ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା; 4 ମୃତ, 11 ଗୁରୁତର

Smruti Parija
Browse all articles by Smruti Parija
·1 year ago·1 min read
ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା; 4 ମୃତ, 11 ଗୁରୁତର

ମୟୂରଭଞ୍ଜ: ବାରିପଦା ନିକଟରେ ପୃଥକ ପୃଥକ ସ୍ଥନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୪ମୃତ , ୧୩ଗୁରୁତର । ବାରିପଦା ସଦରଥାନ ଅନ୍ତର୍ଗତ ରଙ୍ଗାମାଟିଆ ଛକ ନିକଟରେ ବିଳମ୍ବିତ ରାତିରେ ଏକ ଗଛକୁ ଶକ୍ତ ଧକ୍କା ଦେଲା ବଲେରୋ । ଦୁର୍ଘଟଣାରେ ଡ୍ରାଇଭର ଭୁବନ ସିଂ ଙ୍କ ସମେତ ଆଗ ସିଟ୍ ରେ ବସିଥିବା ଜୟନ୍ତ କୁମାର ସିଂ(୩୫)  ମୃତ୍ୟୁ ଘଟିଛି । 

ଏହି ଦୁର୍ଘଟଣାରେ ଦୁଇ ଜଣ ମୃତ୍ୟୁବରଣ କରିଥିବାବେଳେ ବାରିପଦା ପିଆରଏମ୍ ହସ୍ପିଟାଲରେ ୧୧ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମୃତକ ଜୟନ୍ତ ସିଂ ଙ୍କ ଘର ବେତନଟୀ ଥାନା ଅନ୍ତର୍ଗତ କାଞ୍ଚନପାଳ ଠାରେ ଏବଂ ଭୂବନ ସିଂଙ୍କ ଘର କୁଳିଅଣା ଥାନା ଅନ୍ତର୍ଗତ ବଡକୁଳଡିହା ଗ୍ରାମରେ । ଏମାନେ ସମସ୍ତେ ବଡକୁଳଡିହା ଓ ବଡକୁଚିଆମରା ଗ୍ରାମର । ଗତକାଲି ବର୍ଷା ହେଉଥିବା କାରଣରୁ ଦେଶ କରମ ନାଟ ରେ ଯୋଗଦେବା ପାଇଁ ତାରାଯୋଡି ଯାଉଥିବା ସମୟରେ ଖସାଡିହା ଛକ ନିକଟରେ ଏହି ଦୁର୍ଘଟଣା ହୋଇଥିଲା । 

ସେହିପରି ଗତକାଲି ବିଳମ୍ବିତ ରାତିରେ ବାରିପଦା ସହର ନିକଟ ଜାତୀୟ ରାଜପଥ ୧୮, ପାଲବଣୀ ଛକ ନିକଟରେ ଛିଡା ହୋଇଥିବା ଟ୍ରକ ପଛପଟେ ଧକ୍କା ଦେଲା ବାଇକ । ବାଇକରେ ଥିବା ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏମାନେ ମଧ୍ୟ ସମସ୍ତେ କରମ ନାଟ ପାଇଁ କୌଣସି ଅଞ୍ଚଳକୁ  ଯାଉଥିବା ସମୟରେ ଏହି ଦୁର୍ଘଟଣା ହୋଇଛି । ମୃତକମାନେ ହେଲେ ବାରିପଦା ସଦରଥାନା ଅନ୍ତର୍ଗତ ସିନ୍ଦୁରଗୌରା ଗାଁର ବିକାଶ ମହାନ୍ତ (୨୦) ଓ ହରିଶ୍ଚନ୍ଦ୍ରପୁର ଗାଁ ର ମିଟୁ ମହାନ୍ତ(୨୪) ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Argus Whatsapp Channel Mobile Top
Sponsored
accident-in-mayubhanj-four-killed-11-people-severely-injured | Argus News